ଓଡିଶା

ସ୍କୁଲ ନ ଖୋଲିବା ଯାଏ ସିଲାବସ ବାବଦରେ କହିବା ଠିକ ନୁହେଁ: ମନ୍ତ୍ରୀ

ଭୁବନେଶ୍ୱର: ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଚଳିତ ବର୍ଷର ଶିକ୍ଷାଦାନକୁ ନେଇ ଅସ୍ଥିରତା ଲାଗିରହିଛି । ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ କରୋନା ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବା ପରି ମନେ ହେଉନାହିଁ । ଏପରି ସ୍ଥଳେ ସମସ୍ତ ପରୀକ୍ଷାକୁ ସରକାର ସ୍ଥଗିତ ରଖିବା ବେଳେସ୍କୁଲ, କଲେଜ କେବେ ଖୋଲିବ, ନ ଖୋଲିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ନିଜ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସିଲାବସ୍‌ର ୩୦% ହ୍ରାସ କରି ଦେଇଛି। ଏହା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ‘କରୋନାର ପ୍ରକୋପ ଦିନକୁ ଦିନ ବଢ଼ି ଚାଲିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍କୁଲ କେବେ ଖୋଲାଯିବ ତାହା ସ୍ଥିର ହୋଇ ପାରି ନାହିଁ। ଅଗଷ୍ଟ ମାସରେ କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ। ସ୍କୁଲ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢ଼ାଯିବ ସେ ନେଇ ନିଷ୍ପତ୍ତି ନିଆଯିବ। ତେବେ କେବଳ ୩୦% ନୁହେଁ, ତା’ ଠାରୁ ଅଧିକ ପାଠ୍ୟକ୍ରମ ବି ହ୍ରାସ ହୋଇପାରେ।” ତେବେ ଯେପର୍ୟ୍ୟନ୍ତ ସ୍କୁଲ ଖୋଲିନାହିଁ, ସେ ପର୍ୟ୍ୟନ୍ତ ସିଲାବସ୍‌ ବାବଦରେ କହିବା ଠିକ୍ ହେବ ନାହିଁ । ସ୍କୁଲ ଖୋଲିଲେ ସିବିଏସ୍‌ଇ ଢାଞ୍ଚାକୁ ଗୁରୁତର ସହ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Related posts

କୋଭିଡ ଗାଇଡଲାଇନମାନି ନୂଆଖାଇ ପାଳିବାକୁ ଏସଆରସିଙ୍କ ନିର୍ଦ୍ଦେଶ

mahabharatanews

ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ

mahabharatanews

ରାଇରଙ୍ଗପୁରରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜୟନ୍ତୀ ପାଳିତ

mahabharatanews