ଓଡିଶା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଇଏଏସ ଭିନିଲଙ୍କ ନିଯୁକ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ୩ ବରିଷ୍ଠ ଅଫିସରଙ୍କୁ ନୂଆ ନିଯୁକ୍ତି ମିଳିଛି। ୨୦୦୫ ବ୍ୟାଚର ଦକ୍ଷ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ(କୋଭିଡ ପରିଚାଳନା)ରେ ଓଏସଡି ଭାବେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।
ଭିନିଲ କ୍ରିଷ୍ଣା ଜଣେ ଦକ୍ଷ ଯୁବ ଆଇଏଏସ ଅଧିକାରୀ । ସେ ୨୦୧୧ରେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ସେ ମାଲକାନଗିରି ଜିଲ୍ଲାପାଳ ଥିଲେ ଓ ତାଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ । ତାଙ୍କ ଦକ୍ଷତାକୁ ନେଇ ଓଏମସିର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ ସିଏମଓ ଅଫିସର ଓଏସଡି ଦାୟିତ୍ୱ ଦିଆଯାଇଛି । ଏହା ବ୍ୟତୀତ କ୍ରୀଡା ଓ ଓଏମଇସିଏଲର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।
ସେହିପରି ଜଳସମ୍ପଦ ବିଭାଗର ଯୁଗ୍ମସଚିବ ଓଏଏସ୍ ଲାଲ ମନୋଜ କୁମାର ରାୟଙ୍କୁ ସିଏମଓରେ ଯୁଗ୍ମ ସଚିବ, କଟକ ଉପଜିଲ୍ଲାପାଳ ଓଏଏସ୍ ଶୁଭ୍ରାଂଶୁ ମିଶ୍ରଙ୍କୁ ସିଏମଓରେ ଉପସଚିବ ଭାବେ ବଦଳି କରାଯାଇଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଲ୍ୟାଣ୍ଡ ଅଫିସର ପ୍ରତାପ କୁମାର ବେଉରାଙ୍କୁ କଟକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।ଶ୍ରୀ ବେଉରା ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ଲ୍ୟାଣ୍ଡ ଅଫିସର୍ ଭାବେ କାର୍ୟ୍ୟ କରୁଥିଲେ ।
ସିଏମଓରେ ଆଜି ନିଯୁକ୍ତି ପାଇଥିବା ଶ୍ରୀ ରାୟ ଓ ଶ୍ରୀ ମିଶ୍ର ପୂର୍ବରୁ ହିଞ୍ଜିଳି ବ୍ଲକର ବିଡିଓ ଭାବେ କାର୍ୟ୍ୟ କରିସାରିଛନ୍ତି। ଶ୍ରୀ ରାୟ ୨୦୦୭-୦୮ ଏବଂ ଶ୍ରୀ ମିଶ୍ର ୨୦୧୩-୧୪ରେ ହିଞ୍ଜିଳିର ବିଡିଓ ଭାବେ କାର୍ୟ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ମଣ୍ଡଳୀ ଦାୟିତ୍ୱ ବୁଝୁଥିବା ଦିଲ୍ଲୀପ ମହାନ୍ତିଙ୍କ କାର୍ୟ୍ୟକାଳକୁ ବୃଦ୍ଧି କରାଯାଇନାହିଁ। ଶ୍ରୀ ମହାନ୍ତି ୨୦୧୬ରେ ଅବସର ନେଇ ଗତ ୪ବର୍ଷ ହେଲା ସିଏମଓରେ ଥଇଥାନ ହୋଇଥିଲେ।

Related posts

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews

ପରଲୋକରେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅନାଦି ଚରଣ ସାହୁ 

mahabharatanews

ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଆଇନମନ୍ତ୍ରୀ

mahabharatanews