(ମହାଭାରତ, ରାୟଗଡା): ରାୟଗଡା ସଦର ଥାନା ଅନ୍ତର୍ଗତ କୁଟିଂଗୁଡା ଗାଁରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଗାଁର ସତନା ଜାକ୍କା ନାମକ ଜଣେ ୬୦ ବର୍ଷିୟ ବୃଦ୍ଧ ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ବୁଧବାର ଭୋର ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏଥିରେ ସତନା ରାଗିଯାଇ ତାଙ୍କ ସ୍ତ୍ରୀଙ୍କ ବେକ, ମୁଣ୍ଡ ଓ ହାତକୁ ଟାଙ୍ଗିଆରେ ବାରମ୍ବାର ଚୋଟ ପକାଇଥିଲେ । ଗୁରତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ପୋଲିସ ଜବତ କରିଛି ।
previous post
