(ମହାଭାରତ, ଡେଲାଙ୍ଗ): ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହରିରାଜପୁର ପଞ୍ଚୁଦୋଳ ମେଳଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ରାଜେନ୍ଦ୍ର କୁମାର ଆ•ରିଆଙ୍କ ଅଧ୍ୟକ୍ଷତାରେ ଏହି ବୈ÷ଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୧୪ ତାରିଖ ରାତିରେ ମେଳଣର ଜମାଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ବୋଲି ହରିରାଜପୁର ପଞ୍ଚୁଦୋଳ ମେଳଣ ପରି•ଳନା ପରିଷଦର ସଂଯୋଜକ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି । ଜମାଣ ରାତିରେ ଆତସବାଜି ଓ ଠାକୁରଙ୍କ ଶୋଭାଯାତ୍ରା ମୁଖ୍ୟ ଆକର୍ଷଣ ସାଜିବ । ୧୭ ତାରିଖ ଅପରାହ୍ନରେ ଠାକୁରଙ୍କ ମେଳଣ ଅନୁଷ୍ଠିତ ହେବ । ଚଳିତବର୍ଷ ନୂତନ କରି ଶ୍ରୀଜଗନ୍ନାଥ ନାମ ସଙ୍କୀର୍ତ୍ତନ ପରିଷଦ ପକ୍ଷରୁ ପୁର ପଲ୍ଲୀରୁ ପ୍ରାୟ ୪ଶହ ସଂକୀର୍ତ୍ତନ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ହରିରାଜପୁର ପଞ୍ଚୁଦୋଳ ମେଳଣ ପରି•ଳନା ପରିଷଦର ସଂଯୋଜକ ପ୍ରସନ୍ନ କୁମାର ମହାରଥୀ କହିଛନ୍ତି । ଉକ୍ତ ବୈଠକରେ ଟ୍ରାଫିକ ନିୟନ୍ତ୍ରଣ, ଯାନବାହନ ଚଳାଚଳ ଉପରେ କଟକଣା, ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଅଗ୍ନିଶମ, ନିଶା ନିବାରଣ, ପଲିଥିନ ବ୍ୟବହାର ଉପରେ ରୋକ, ରାସ୍ତାଘାଟ ଆଲୋକୀକରଣ, ମେଳଣ ପଡିଆ ପାଖରେ ଅସ୍ଥାୟୀ ଶୌ•ଳୟ ଓ ଜନ ସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୁତ ଆଲେଚନା କରାଯାଇଥିଲା । ଏହି ବୈ÷ଠକରେ ଯୋଗ ଦେଇଥିବା ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ, ହରିରାଜପୁର ଥାନାଧିକାରୀ ଯୁଗଳ କିଶୋର ଜେନା, ବିଡିଓ କ୍ଷିରୋଦ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ ।
previous post
