ଓଡିଶା

ହସ୍ତଶିଳ୍ପ କାରିଗରଙ୍କୁ ରାସନ ସାମଗ୍ରୀ ପ୍ରଦାନ

(ଜୟନ୍ତ କୁମାର ସେଠୀ / ପୁରୀ): ରାଜ୍ୟରେ ବିଶ୍ବ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । କମିବାର ନାଁ ଗନ୍ଧ ଧରୁନାହିଁ । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ଚିନ୍ତିତ । ବିଶେଷ କରି ଦିନ ମଜୁରିଆ ପରିବାର ଏବେ ଭୋକ ଉପାସରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ତାଳପତ୍ର , ଟେରାକୋଟ ହସ୍ତଶିଳ୍ପ, କୁମ୍ଭାରକର ଶିଳ୍ପୀ ପରିବାର ବିଶେଷ ଭାବେ ହଇରାଣ ହେଉଛନ୍ତି । ଏହାକୁ ନଜର କରି ଜେ.ଡି ସେଣ୍ଟର ଅଫ ଆର୍ଟ ଭୁବନେଶ୍ୱର ଓ ଗୁଞ୍ଜ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱୋଚ୍ଚାସେବୀ ମହିଳା ଅନୁଷ୍ଠାନ ସ୍ୱାଦର ସହଯୋଗରେ ୫୦ ଗୋଟି କାରିଗର ପରିବାରଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି । ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର ଯୋଗଦେଇ କହିଥିଲେ ବିଭିନ୍ନ ଅନୁଷ୍ଠାନ ମାନଙ୍କ ଜରିଆରେ ସତ୍ୟବାଦୀ ବ୍ଳକରେ ଫନି ସମୟରେ ବହୁ ପରିବାରଙ୍କୁ ସହଯୋଗ କରାଯାଇଛି । ଏବେ କରୋନା ସମୟରେ ସେହିପରି ବିଭିନ୍ନ ସଂସ୍ଥାର ସହଯୋଗରେ ସ୍ୱାଦ ଦ୍ୱାରା ଚିହ୍ନଟ କରାଯାଇଥିବା ପରିବାର ମାନଙ୍କୁ ସହଯୋଗ କରାଯାଉଛି । ସତ୍ୟବାଦୀ ବ୍ଳକର ଦାଶବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ୩୪ଜଣ ତାଳପତ୍ର କାରିଗର ଓ ୧୬ ଜଣ ସାଣ୍ଢରା ଗ୍ରାମ ପଞ୍ଚାୟତର ମାଟି ହସ୍ତଶିଳ୍ପ କାରିଗର ପରିବାରଙ୍କୁ ଘରକରଣା ରାସନ୍ ସାମଗ୍ରୀ ଯଥା ଚାଉଳ, ଡାଲି ଠାରୁ ସାବୁନ୍ ପର୍ୟ୍ୟନ୍ତ ପ୍ରଦାନ କରାଯାଇଛି । ଏହି କାର୍ୟ୍ୟକ୍ରମକୁ ସ୍ୱାଦର କର୍ମଚାରୀ ଶ୍ରୀକୃଷ୍ଣ ମହାପାତ୍ର ସଂଯୋଜନା କରିଥିଲେ ।

Related posts

 ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ଲାଗିଛି ନିଆଁ

mahabharatanews

କିଏ କେଉଁଠି କରିବେ ପତାକା ଉତ୍ତୋଳନ

mahabharatanews

ସମୀରଙ୍କୁ ବିଜେପି ରାଜ୍ୟ ମୁଖପାତ୍ର ନିଯୁକ୍ତି 

mahabharatanews