ଭୁବନେଶ୍ୱର: ୨୦୧୭ ମସିହାର ଏକ ମୃତ୍ୟୁ ମାମଲାରେ ୪ ପୁଲିସ ଅଧିକାରୀଙ୍କ ନାମରେ ମାମଲା । ପୁଲିସ ହାଜତରେ ମୃତ୍ୟୁ ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ରୁଜୁ କଲା ଏକ ମାମଲା । ଜୟପୁର ଟାଉନ ଥାନାର ପୂର୍ବତନ ଆଇଆଇସି ତପନ ରଥ, ଏସଆଇ ଶିବ ପ୍ରସାଦ ସାହୁ, ରାଜେଶ ବଳିୟାରସିଂ ଓ ତକ୍ରାଳୀନ ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତି ମଧ୍ୟ ମାମଲାରେ ଜଡିତ ରହିଛନ୍ତି । ଏମାନଙ୍କ ନାମରେ କ୍ରାଇମବ୍ରାଞ୍ଚ ରୁଜୁ କରିଛି ମାମଲା । ଘଟଣାର ତଦନ୍ତ କରିବେ କ୍ରାଇମବ୍ରାଞ୍ଚର ଏଏସପି ରାମଚନ୍ଦ୍ର ଥମ୍ବ । ସେମାନଙ୍କ ବିରୋଧରେ କ୍ରାଇମବ୍ରାଂଚ ଦଫା ୩୦୨, ୩୨୩, ୩୪୨, ୩୨୫, ୫୦୫ ଓ ୩୪ରେ ମାମଲା ରୁଜୁ ହୋଇଛି ।
ସୂଚନା ଅନୁଯାୟୀ, ୨୦୧୭ ଜାନୁଆରୀ ୩୦ରେ କୋରାପୁଟ ଜିଲ୍ଲା ଜୟପୁର ଥାନା ପୁଲିସ ଆକାଶ ମହୁରା (୨୮)କୁ ଉଠାଇ ଆଣିଥିଲା । ପରେ ଥାନାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ କହିଥିଲା ତାକୁ ଧରିବାକୁ ପିଛା କରୁଥିବା ବେଳେ ସେ ଦୁର୍ଘଟଣାରେ ଆହତ ହୋଇଥିଲା, ପରେ ତା’ର ମୃତ୍ୟୁ ଘଟିଥିଲା । ହେଲେ ପରିବାର ଲୋକେ ଅଭିଯୋଗ କରିଥିଲେ ପିଟିପିଟି ମାରି ଦିଆଯାଇଥିଲା ।