ଅପରାଧ

୨ ଅପରାଧୀଙ୍କୁ ଏନକାଉଣ୍ଟର

ଭଦ୍ରକ: ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟ ଘଟଣାର ଜଡିତ ୨ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ଭଦ୍ରକ ପୁଲିସ । ଭଦ୍ରକ ଜିଲ୍ଲାର ବରପଦା ନିକଟରେ ହୋଇଛି ଏନକାଉଣ୍ଟର । ଏନଆଉଣ୍ଟ ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଛି ପୁଲିସ ।
ସୋର ଅଞ୍ଚଳର ପ୍ରହ୍ଲାଦ ଦାସ, ଓ ନୀଳଗିରି ଅଂଚଳର ସୁଶାନ୍ତ ମଲ୍ଲିକ ଚରମ୍ପା ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ସନ୍ଦେହ କରାଯାଉଛି । ତେବେ ଲୁଟରେ ସମ୍ପୃକ୍ତ ଥିବା ୬ଅପରାଧୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୪ ଜଣ ଅପରାଧୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ ବନ୍ଧୁକ, ଦୁଇ ଖଣ୍ଡା, ୪ ମାଗାଜିନ ଜବତ ହୋଇଥିବା ସୂଚନା ମିଳିଛି ।

 

Related posts

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହେଯାଗୀ ଗିରଫ |

mahabharatanews

ମା’ଙ୍କୁ ମାରୁଥିବା ଶିକ୍ଷକ ପୁଅ

mahabharatanews

ଶାଳୀ ଓ ସାବତ ଝିଅକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର; ଅଭିଯୋଗ ଆଣିଲେ ସ୍ତ୍ରୀ

mahabharatanews