ଓଡିଶା

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

(ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ଅଧିନ କମରେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଥିବା ବେଳେ ହାତୀ ଆକ୍ରମଣରେ ଜଣେ ୬୫ ବର୍ଷିୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ତେବେ ହାତୀଟି ଘର ଭାଙ୍ଗି ବୃଦ୍ଧାଙ୍କୁ ଦଳି ଦେଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କମରେଇ ଗାଁର ଦେବକୀ ବେହେରା ନାମକ ବିଧବା ବୃଦ୍ଧା ନିଜ କୁଡିଆରେ ଏକୁଟିଆ ଥିଲେ । ତାଙ୍କ ସହ ଝିଅ ଓ ଜ୍ୱାଇଁ ମଧ୍ୟ ଘରେ ରହିଥାନ୍ତି । କିନ୍ତୁ ଗତ ଗୁରୁବାର ରାତିରେ ତାଙ୍କ ଘରେ କେହି ନଥିଲେ । ବୃଦ୍ଧା ଜଣକ ଘରେ ଏକାକୀ ଶୋଇଥିବା ବେଳେ ହାତୀଟି ଘରେ ପସି ତାଙ୍କୁ ଦଳି ଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପରଦିନ ସକାଳେ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେବକୀଙ୍କ ମୃତଦେହକୁ ଜବତ କରିବା ସୟହ ବ୍ୟବଚ୍ଛେଦ ପାଇଁ ପଠାଇଛି । ବୃଦ୍ଧାଙ୍କୁ ହାତୀ ଦଳିଦେଇଥିବା ଦେଖି ଗାଁରେ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Related posts

ଆରପାରିରେ ବିଧାୟକ ସୂର୍ଯ୍ୟ ପାତ୍ର

mahabharatanews

ତଦନ୍ତ ପାଇଁ ଯାଇଥିବା ଉପଜିଲ୍ଲାପାଳଙ୍କ ଗାଡିକୁ ଅଟକ

mahabharatanews

ଓଡ଼ିଶାରେ ମୋଦି 

mahabharatanews