ଓଡିଶା

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

(ମହାଭାରତ, ଉଦଳା): ଉଦଳା ବ୍ଲକ ଅଧିନ କଇଁଫୁଲିଆ ବାଘୁଆହୁଡିରେ ହାତୀପଲଙ୍କ ଉପଦ୍ରବରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ଏହି ହାତୀପଲ ଏବେ ଉଦଳା ବ୍ଲକ ଅଧିନ କଇଁଫୁଲିଆ ବାଘୁଆହୁଡିରେ ରହିଛନ୍ତି । ଶନିବାର ସକାଳୁ ନରହରିପୁର ଗାଁ ଦେଇ ଏହି ହାତୀମାନେ ପଶିଥିଲେ । ପାଣି ଆଣିବାକୁ ଯାଉଥିବା ଜଣେ ବୃଦ୍ଧା ସେମାନଙ୍କ ହାବୁଡରେ ପଡିଯିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ବୃଦ୍ଧାଙ୍କର ଦୁଇ ଗୋଡ ଭାଙ୍ଗି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ମୟୁରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜ ଅଧିନ ଦାମାସାହି ଗାଁରେ ଏହି ହାତୀପଲ ପଶିଥିଲେ । ସେଠାରେ ବହୁ କ୍ଷୟକ୍ଷତି ଘଟାଇଥିଲେ । ଏହାପରେ ଶୁକ୍ରବାର ସନ୍ଧ୍ୟା ସମୟରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀଙ୍କୁ କୁଲଡିହାକୁ ଘଉଡାଇଥିଲେ । କିନ୍ତୁ ବିଳମ୍ବିତ ରାତିରେ ହାତୀମାନେ ପୁଣି ଉଦଳା ରେଞ୍ଜକୁ ବାହୁଡି ଆସିଥିଲେ ।

Related posts

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ରୋଗୀଙ୍କ ସମେତ ୩ ଆହତ

mahabharatanews

ସୋନପୁରରେ ପତାକା ଉତ୍ତଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ଆଜିଠୁ ରାଜ୍ୟରେ ବର୍ଷା

mahabharatanews