ଓଡିଶା

ହାତୀ ଶାବକର ମୃତଦେହ ଉଦ୍ଧାର

(ମହାଭାରତ, ଅନୁଗୁଳ): ରାଜ୍ୟରେ ଏବେ ହାତୀ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ଅନୁଗୁଳ ଜିଲ୍ଲା ପୁରୁଣାଗଡ ଫରେଷ୍ଟ ରେଞ୍ଜ ଅଧିନରେ ଥିବା ପୋକୁଣ୍ଡା ଜଙ୍ଗଲ ନିକଟରେ ରବିବାର ଏକ ହାତୀ ଶାବକର ମୃତ ଦେହ ପଡି ରହିଥିବା ଦେଖାଯାଇଥିଲା । ମୃତ ହାତୀ ଶାବକଟିର ବୟସ ମାତ୍ର ୫ ବର୍ଷର ହେବ ବୋଲି ଜଣାଯାଇଛି । ଏହି ଜଙ୍ଗଲ ନିକଟରେ ଥିବା ଗାଁର ଲୋକେ ମୃତ ହାତୀ ଛୁଆଟିର ମୃତଦେହ ସକାଳେ ଦେଖିବା ପରେ ବନ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ । ଖବର ପାଇ ପୁରୁଣାଗଡ ବନ ବିଭାଗ ଓ କିଛି ପଶୁ ଚିକିତ୍ସକଙ୍କ ଏକ ଟିମ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ହାତୀ ଶାବକଟିକୁ କେହି ଜଣେ ଶିକାର କରିଥିବା ବନ ବିଭାଗ କର୍ମଚାରୀଙ୍କ ତଦନ୍ତରୁ ଜଣାପଡିଛି ।

Related posts

ଖସିଲା ସେନା ଗାଡି; ସହିଦ୍ ହେଲେ ୯ ସେନା

mahabharatanews

କୋଭିଡ ୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ସହାୟତା

mahabharatanews

ଓଡିଶା ପୋଲିସ ସବ-ଇନ୍‌ସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଅନୁସନ୍ଧାନ କରିବ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ

mahabharatanews