(ମହାଭାରତ, ଖୋର୍ଦ୍ଧା): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଞ୍ଚଳରେ ଏକ ଅଘଟଣ ଘଟିଛି । ଏଠାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଣୁଆ ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି । ମୃତକ ଦ୍ୱୟ ହଜ୍ ଗାଁର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ଲୋକେ ଶୋଇଥିବା ବେଳେ ହାତୀ ଏହି ୨ଟି ଗାଁରେ ପଶି ଉତ୍ପାତ କରିଥିଲା । ପରେ ବଂଶୀଧର ଓ ସନାତାନଙ୍କ ଘର ଭାଙ୍ଗି ଦେଇ ସେମାନଙ୍କୁ ପାଦରେ ଦଳି ଦେଇଥିଲା । ଏଥିରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ହାତୀ ଆକ୍ରମଣରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙଯକୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ହଜ୍-ରଣପୁର ରାସ୍ତା ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପଟେ ଶତାଧିକ ଗାଡି ଅଟକି ରହିଛି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ଦେଖାଦେଇଥିବା ବେଳେ ଏନେଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
next post
