ଓଡିଶା

ହିଞ୍ଜିଳି: ମହିଳାଙ୍କ ସଫଳତାର କାହାଣୀ

ହିଞ୍ଜିଳି: ଦିନ ଥିଲା ମହିଳାମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ହୋଇ ରହୁଥିଲେ । ବାହାର ଦୁନିଆ ସେମାନଙ୍କ ପାଇଁ ଥିଲା ମନା । କିନ୍ତୁ ଏବେ ସବୁ କାଯ୍ୟରେ ମହିଳା ମାନେ ସଫଳତା ହାସଲ କରିବା ସହ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି । ଠିକ ସେମିତି କିଛି ମହିଳାଙ୍କ ସଫଳତା କାହାଣୀ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ହିଂଜିଳି ବ୍ଳକ ନନ୍ଦିକ ଗାଁରେ । ଆଉ ଏହି ଗାଁର ମହିଳାମାନେ ଏବେ ରୋଜଗାରକ୍ଷମ ହୋଇପାରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ନନ୍ଦିକ ଗାଁ ଏବେ ସାରା ଜିଲ୍ଲାରେ ନୂତନ ପରିଚୟ ସୃଷ୍ଟି କରିପାରିଛି । ଦିନ ଥିଲା ଏହି ଗାଁର ମହିଳାମାନେ ଘର ଖର୍ଚ୍ଚ ସାଙ୍ଗକୁ ଘର ଚଳାଇବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଆଉ ଆଜି ସେହି ଦିନ ଇତିହାସ ହୋଇ ଯାଇଛି । କିଛି ବର୍ଷ ପୂର୍ବେ ଏହି ଗାଁର ପ୍ରାୟ ଦଶଟି ମହିଳା ସଂଘ ମଧ୍ୟରୁ ବଛାବଛା ୨୦ ରୁ ଅଧିକ ମହିଳା ହାତକୁ ହାତ ମିଶାଇ ସିଂଘ ବାହିନୀ ଟେଲରିଂ ୟୁନିଟ ଗଡନ କରିଲେ । ଉଦ୍ଦେଶ୍ୟ ଥିଲା ସିଲେଇ କାର୍ଯ୍ୟ କରି ରୋଜଗାରକ୍ଷମ ହେବେ । ତେଣୁ ପ୍ରଥମେ ୫୦୦ଟଙ୍କା ଲେଖାଁଏ ·ନ୍ଦା କରି ପାଂଚୋଟି ସିଲେଇ ମସିନ କିଣି ଭଳି କି ଭଳି ପୋଷାକ ପତ୍ର ସିଲେଇ କରିଲେ । ଆଉ ସେହି ପୋଷାକକୁ ବିକ୍ରି କରି ଅର୍ଥକୁ ଗଛିତ ରଖି ପାଂଚ ରୁ ୨୦ ସିଲେଇ ମସିନ କିଣିବାରେ ସେମାନେ ସକ୍ଷମ ହେଲେ । ଆଉ ବୁଲି ବୁଲି ବିକିବା ବଦଳରେ ଏବେ ସେମାନେ ଅଙ୍ଗନାୱାଡି ସମେତ ମହିଳା ବା ପୁରୁଷ ମାନଙ୍କ ପୋଷାକ ନିର୍ମାାଣ କରି ବିକ୍ରିବଟା କରି ସେମାନେ ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଖାଲି ସେତିକି ନୁହେଁ, ଏବେ ପ୍ରାୟ ଏହି ଗାଁର ୨୦ ରୁ ଅଧିକ ପରିବାରର ମହିଳା ମାନେ ରୋଜଗାରକ୍ଷମ ହୋଇପାରିଥିବା ବେଳେ ମାସିକ ଜଣେ ଜଣେ ୫ରୁ ୬ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇପାରିଛନ୍ତି ଓ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Related posts

ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

mahabharatanews

+୩ ନାମଲେଖା ବିଜ୍ଞପ୍ତି: ଅଗଷ୍ଟ ୨୦ ତାରିଖରୁ ଆବେଦନ

mahabharatanews

ଭୁବନେଶ୍ୱରରେ ଖୋଲିବ ଆଦର୍ଶ ବିଦ୍ୟାଳୟ

mahabharatanews

Leave a Comment