ଓଡିଶା

ତୃତୀୟ ଲହରକୁ ଦୃଷ୍ଟିରେ ରଖି ସର୍ଭିଲାନ୍ସ ଜାରି ରଖିଛୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ । ତେବେ ଏବେ ମଧ୍ୟ ସଂକ୍ରମିତ ହେଉଛନ୍ତି ଓ ମୃତ୍ୟୁ ହେଉଛି । ହେଲେ ୯୦ ପ୍ରତିଶତ ଗୃହ ଏକାନ୍ତବାସରେ ଭଲ ହେଉଛନ୍ତି । ଶିଶୁଙ୍କ ସଂକ୍ରମଣକୁ ନେଇ ବ୍ୟସ୍ତ ବିବ୍ରତ ହେବା ଦରକାର ନାହିଁ । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ । ଶିଶୁ ସଂକ୍ରମଣକୁ ଦୃଷ୍ଟି ରଖି ସ୍ୱତନ୍ତ୍ର ବେଡ ଓ ସେଣ୍ଟର ଅଫ ଏକ୍ସିଲେନ୍ସ ତିଆରି କରାଯାଉଛି । ଶିଶୁ ସଂକ୍ରମଣ ଏଡାଇବାକୁ ସର୍ଭିଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା କରିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଜାତୀୟ ସ୍ତରରେ ଯେତିକି ସଂକ୍ରମଣ ବଢୁଛି ସେଥିରେ ଅଧିକ ରହୁଛି କେରଳରେ । ଆମେ ତାକୁ ତୃତୀୟ ଲହର ମଧ୍ୟ କହିପାରିବା । ଓନମ ଯୋଗୁଁ କେରଳରେ ସଂକ୍ରମଣ ବୃଦ୍ଧି ହେଲା । ଆମେ ସେଠାରୁ କିଛି ଶିଖିବା । ଆମ ରାଜ୍ୟରେ ଯେଭଳି ଆମେ ସର୍ଭିଲାନ୍ସ ଜାରି ରଖିଛୁ, ମନିଟରିଂ କରୁଛୁ ।

 

Related posts

ସ୍ବର୍ଗତ ସାମ୍ୱାଦିକ ଖଗେଶ୍ବର ତରାଇଙ୍କ ଉଦ୍ଦେଶ୍ୟରେ ଶୋକ ସଭା

mahabharatanews

ଏକ ଲକ୍ଷ ୮୫ ହଜାର ୩୫୩ ଜଣ ହିତାଧିକାରୀଙ୍କୁ ୩୮ କୋଟି ୧୧ ଲକ୍ଷ ୧୬ ହଜାର ଟଙ୍କା ପ୍ରଦାନ

mahabharatanews

ହୋଟେଲ କର୍ମଚାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ

mahabharatanews