Uncategorized

ହିମାଚଳ ପ୍ରଦେଶରେ ୫୦ ପ୍ରତିଶତ ବୁକିଂ ବାତିଲ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): କରୋନା ଜୀବାଣୁ ଉଭୟ ଘରୋଇ ତଥା ସର୍ବଭାରତୀୟ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଛି । ଏହାର ପ୍ରଭାବ ପର୍ଯ୍ୟଟନ ଶିଳ୍ପରେ ମଧ୍ୟ ପଡ଼ିଛି । ଏହି କାରଣରୁ ହିମାଚଳ ପ୍ରଦେଶର ପ୍ରିୟ ରିସର୍ଟଗୁଡ଼ିକରେ ୨୦ରୁ ୩୦ ପ୍ରତିଶତ ହ୍ରାସ ପରିଲିକ୍ଷିତ ହୋଇଛି । ପର୍ଯ୍ୟଟନ ଶିଳ୍ପର ପ୍ରତିନିଧିମାନେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଯଦି ରାଜ୍ୟରେ କରୋନା ଭାଇରସ ଜନିତ କୌଣସି ମାମଲା ପଜିଟିଭ ଆସେ ତେବେ ଏହାର ସିଧାସଳଖ ବୁକିଂ ଉପରେ ପ୍ରଭାବ ପକାଇବ । ରାଜ୍ୟରେ କରୋନା ଭୂତାଣୁ ମହାମାରୀ ଉପରେ ନଜର ରଖିବାକୁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ କହିଛନ୍ତି ।
ହିମାଚଳ ପ୍ରଦେଶ ପର୍ଯ୍ୟଟକ ବିକାଶ ନିଗମର ଅଧିକାରୀମାନେ କହିଛନ୍ତି ଯେ ସାଧାରଣ ପର୍ଯ୍ୟଟନ ସ୍ଥଳଗୁଡ଼ିକର ହୋଟେଲ ବାତିଲ ସଂଖ୍ୟା ସାଧାରଣ ଦିନରେ ପ୍ରାୟ ୫୦ ପ୍ରତିଶତ ଏବଂ ସପ୍ତାହରେ ୭୦ ପ୍ରତିଶତ ବୃଦ୍ଧି ପାଇଛି ।

HPTDC ଜେନେରାଲ ମ୍ୟାନେଜର ପୁଣମ ଭରଦ୍ୱାଜ IANSକୁ କହିଛନ୍ତି ଯେ ରାଜ୍ୟରେ କରୋନା ଜୀବାଣୁ ଆତଙ୍କ ହେତୁ ୫୦ ପ୍ରତିଶତ ବୁକିଂ ବାତିଲ ହୋଇଯାଇଛି । ଯାହା ସାଧାରଣ ଦିନ ତୁଳନାରେ ୭୦ ପ୍ରତିଶତ କମ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ସୂଚନା କେନ୍ଦ୍ରରେ ପର୍ଯ୍ୟଟକମାନେ କରୋନାଭାଇରସ ବିଷୟରେ ଅନୁସନ୍ଧାନ କରୁଛନ୍ତି ।

ଚଣ୍ଡିଗଡ଼ରେ କର୍ପୋରେଟ କାର୍ଯ୍ୟନିର୍ବାହୀ ସୋନାଲ କପୁର କହିଛନ୍ତି କରୋନା ଭାଇରସ ମହାମାରୀ ଯୋଗୁଁ ସେ ଧର୍ମଶାଳା ଏବଂ ପାଲାମପୁର ସହରର ଏହି ମାସର ବୁକିଂ ବାତିଲ କରିଥିଲେ । ବର୍ତମାନ ସୁଦ୍ଧା ସେ ଦଶହରା ଛୁଟିଦିନରେ ସେଠାକୁ ଯିବାକୁ ଚିନ୍ତା କରୁଛନ୍ତି ।

ରାଜଧାନୀ ଦିଲ୍ଲୀ ଠାରୁ ୨୫୦ କିଲୋମିଟର ଦୂରରେ ଥିବା ମନାଲିର ଏକ ହୋଟେଲ ଏବଂ ଟ୍ରାଭେଲ ଏଜେଣ୍ଟ ଏମସି ଠାକୁର କହିଛନ୍ତି ଯେ ବିଦେଶୀପର୍ଯ୍ୟଟକ ମାନେ ଜୁନ ମାସରେ ଏଠାରେ ପହଞ୍ଚିବା ଆରମ୍ଭ କରିଥାନ୍ତି । ସେ ଆହୁରି କହିଛନ୍ତି ଯେ ଯଦି ଏହି ଉପାୟରେ ବିଶ୍ୱରେ କରୋନା ଜିବାଣୁ ବିସ୍ତାର କରେ ତେବେ ଏହାର ପ୍ରଭାବ ଏଠାରେ ମଧ୍ୟ ଦେଖିବାକୁ ମିଳେ ।

ସେହିପରି ଶିମଲାର ଏକ ସ୍ଥାନୀୟ ହୋଟେଲର କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଅଧିକାଂଶ ପର୍ଯ୍ୟଟନ ସ୍ଥଳୀ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ କାଶ୍ମୀରର ସୀମା ଦ୍ୱାରା ସଂଯୁକ୍ତ । ରାଜ୍ୟ ଅଧିକାରୀଙ୍କୁ ରାଜ୍ୟ ପ୍ରବେଶ ପଏଣ୍ଟ ପରିଦର୍ଶନ କରିବା ସହିତ ସ୍କ୍ରିନିଂ ସେଣ୍ଟର ସ୍ଥାପନ କରାଯିବାର ବ୍ୟବସ୍ଥା ରହିଛି । ଯାହା ଦ୍ୱାରା କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ହୋଇପାରିବ ।

Related posts

ସିଏଏ ସମର୍ଥନରେ ମୋଦିଙ୍କ ଅଭିଯାନ ଆରମ୍ଭ

mahabharatanews

ବିଧାନସଭାରେ ବିଜେପି-ଶିବସେନା ବିଧ୍ୟାୟକ ଧସ୍ତାଧସ୍ତି

mahabharatanews

ଓମାର, ମୁଫ୍ତି ଆତଙ୍କବାଦୀ ନୁହଁନ୍ତି: ନାଜିର ଅହମଦ

mahabharatanews