Uncategorized

ୟୁକ୍ରେନ ବିମାନ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି: ରୁହାନୀ

ତେହରାନ: ଇରାନରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ୟୁକ୍ରେନ ବିମାନକୁ ଇରାନର ମିସାଇଲ ଖସାଇ ଦେଇଥିବା ଜଣା ପଡିବା ପରେ ଇରାନ ତାର ପ୍ରତିକ୍ରିୟା ରଖିଛି । ଅଜାଣତରେ ଇରାନୀ ସୈନ୍ୟ ୟୁକ୍ରେନୀୟ ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାରି ଖସାଇ ଦେଇଥିବା ଶନିବାର ଦିନ ଇରାନ ଘୋଷଣା କରିବା ସହ ଏଥିନେଇ ମାନବୀୟ ତ୍ରୁଟିକୁ ଦାୟୀ କରିଛି । ଏହି ବିମାନ ଦୁର୍ଘଟଣାରେ ୧୭୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।

ଇରାନ ନାଗରିକ ଉଡାଣ ମନ୍ତ୍ରଣାଳୟର ପ୍ରବକ୍ତା ରାଜା ଜାଫରଜାଦେହ କହିଛନ୍ତି, ଏହି ବିମାନ ତେହରାନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୭୬ ଜଣଙ୍କ ମୃତ୍ୟୁ ହୋଇଥିଲା । ସେନାର ବୟାନ ପରେ ଇରାନ ରାଷ୍ଟ୍ରପତି ହସନ ରୁହାନୀ କହିଛନ୍ତି, ସଶସ୍ତ୍ର ବଳ ବ୍ୟତୀତ ଆନ୍ତରିକ ଯାଞ୍ଚ ଏଜେନ୍ସି ପାଇଛନ୍ତି, ମାନବୀୟ ତ୍ରୁଟି କାରଣରୁ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଭାଗ୍ୟପୂର୍ଣ୍ଣ ଓ ଅକ୍ଷମଣୀୟ ଭୁଲ ର ଯାଞ୍ଚ କରାଯିବ ଓ ଦୋଷୀ ବିରୋଧରେ କଠୋର କ।।ର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଇରାନ ଦୁର୍ଘଟଣା ପରଠାରୁ ଏଥିରେ ତାର ସମ୍ପୃକ୍ତିକୁ ନେଇ ଖଣ୍ଡନ କରି ଆସୁଥିଲା । କିନ୍ତୁ କାନାଡାର ଗୁଇନ୍ଦା ସୂଚନା ଥିଲା କି ଇରାନୀ ମିଶାଇଲ ପାଇଁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ବିମାନ ୟୁକ୍ରେନର ରାଜଧାନୀ କିବ ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ଇରାନର ୮୨, କାନାଡାର ୬୩, ୟୁକ୍ରେନର ୧୧ ଯାତ୍ରୀ ଓ ବିଭିନ୍ନ ଦେଶର ୯ ଜଣ ସଦସ୍ୟ ସାମିଲ ଥିଲେ ।

Related posts

ସଂସ୍କାର ଅଭାବରୁ ବିଦେଶ ଯାଉଥିବା ପିଲା ଖାଉଛନ୍ତି ବିଫ: ଗିରିରାଜ

mahabharatanews

ଇରାନ ସଂସଦୀୟ ନିର୍ବାଚନରେ ଭୋଟ ପ୍ରିକ୍ରିୟା ସମ୍ପନ୍ନ

mahabharatanews

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୨ ବିଧାୟକଙ୍କ ଇସ୍ତଫା

mahabharatanews