ଅପରାଧ

୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୨ ଗିରଫ

କଟକ: କଟକ ଷ୍ଟେସ ଫ୍ଲାଇଂ ସ୍କ୍ୱାଡ ପକ୍ଷରୁ ୯୨ କେଜି ଗଞ୍ଜେଇ ଜବତ ହେବା ସହ ଗୋଟିଏ ହୋଣ୍ଡା ସିଟି କାର ଜବତ କରାଯାଇଛି । ଏଥିରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣ ହେଲେ ମହମ୍ମଦ ଇଝାର ଆଲାମ (୩୫) ଓ ମହମ୍ମଦ ମିନାହାଜ (୩୭) ।
ଡବ୍ଲୁ-୦୨-ଜେ-୧୯୬୨ ନମ୍ବରଧାରୀ ଏକ ହୋଣ୍ଡା ସିଟି କାରରେ ରବିବାର ସକାଳ ୬ରେ କାରଟି ଟାଙ୍ଗି ଥାନା ଅଧୀନ ମଙ୍ଗୁଳିଛକ ଦେଇ ଯାଉଥିବା ବେଳେ ଫ୍ଲାଇଂ ସ୍କ୍ୱାଡ ପକ୍ଷରୁ ଯାଞ୍ଚ କରାଯିବା ବେଳେ କାରରେ ୯୨ କେଜି ଓଜନର ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇକୁ ବ୍ରହ୍ମପୁରରୁ ପଶ୍ଚିମ ବଙ୍ଗ ଚାଲାଣ ହେଉଥିଲା । ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ସେମାନଙ୍କ ଘର ବିହାରର ଭାଗଲପୁର ଅଞ୍ଚଳରେ । ସୁପରିଣ୍ଟେଣ୍ଡେଣ୍ଟ ସେବାଶୀଷ ପଟେଲଙ୍କ ନେତୃତ୍ୱରେ ସରୋଜ ପରିଡା, ଆଇଆଇସିଙ୍କୁ ଗଠିତ ଏକ ଟିମ ଏହି ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି ।

Related posts

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଭାଇର ମୃତ୍ୟୁ

mahabharatanews

ଏକତରଫା ପ୍ରେମରୁ ଶିକ୍ଷୟିତ୍ରୀଙ୍କୁ ନିଆଁ ଲଗାଇଲା ଅଭିଯୁକ୍ତ

mahabharatanews

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

mahabharatanews