(ମହାଭାରତ): ଭାରତର ଏକ ମାତ୍ର ନଡିଆ ଗଛ ‘ଲୋଡୋସିଆ ମାଲଦିବିକା’ରେ ୧୨୬ ବର୍ଷ ପରେ ଫଳ ଆସିଛି । ଏଥିରୁ ୨ଟି ନଡିଆ ତୋଳା ଯାଇଛି । ଗୋଟିଏ ନଡିଆର ଓଜନ ସାଢେ ୮କିଲୋଗ୍ରାମ୍ ଥିବାବେଳେ ଅନ୍ୟଟି ୧୮ କିଲୋଗ୍ରାମ୍ ଥିବା କୁହାଯାଉଛି । ଏହାକୁ ଲୋକେ ଡବଲ କୋକାନଟ୍ ମଧ୍ୟ କହିଥାନ୍ତି । ୧୮୯୪ରେ ଏହାର ଚାରାକୁ ସିସିଲ ଦ୍ୱୀପରୁ ଅଣାଯାଇ ପଶ୍ଚିମବଙ୍ଗର ଆଚାର୍ଯ୍ୟ ଜଗଦୀଶ୍ ଚନ୍ଦ୍ର ବୋଷ ଉଭିଦ ଉଦ୍ୟାନରେ ରୋପଣ କରାଯାଇଥିଲା । ୨୦୦୬ରେ ଏଥିରେ ଫୁଲ ଆସିଥିଲା । ତେବେ ଏହା ମାଈ ଫୁଲ ବୋଲି ଜଣାପଡିଥିଲା । ତେଣୁ ଶ୍ରୀଲଙ୍କାର ପେରିଡିନିଆ ଉଦ୍ୟାନରୁ ଅଣ୍ଡିଆ ଫୁଲ ଅଣାଯାଇ ପରାଗ ସଙ୍ଗମ ପାଇଁ ଉଦ୍ୟମ ହୋଇଥିଲା । ମାତ୍ର ସଫଳତା ମିଳିପାରିନଥିଲା । ଏହାପରେ ୨୦୧୩ରେ ଥାଇଲାଣ୍ଡରୁ ଅଣାଯାଇଥିବା ଅଣ୍ଡିରା ଫୁଲର ପରାଗରେଣୁରୁ ସଫଳତା ମିଳିଥିଲା । ଗଛରେ ଫଳ ଆସିଥିଲା ବୋଲି ଭାରତୀୟ ବନସ୍ପତି ସର୍ବେକ୍ଷଣର ବୈଜ୍ଞାନିକ ଡ. ଶିବକୁମାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସିସିଲିର ୧୧୫ ଦ୍ୱୀପ ମଧ୍ୟରୁ କେବଳ ଦୁଇଟି ଦ୍ୱୀପରେ ଏହି ଗଛ ଦେଖାଯାଇଥାଏ । ଏହା ୧୦୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହେ ।
previous post
next post
