ଓଡିଶା

୧୨ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ 

(ପୁରୀ) : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ କାର୍ଯ୍ୟ , ପରିମ+/ଳ , ଯାନବାହନ ଚଳାଚଳ , ପାନୀୟଜଳ ଯୋଗାଣ , ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ , କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରସାରଣ ତଥା ଭକ୍ତ ଏବଂ ସେବାୟତମାନଙ୍କର ସୁବିଧା ନିମନ୍ତେ ପଦଧିକାରୀମାନେ ବିଶେଷ ଆଲୋଚନା କରିଛନ୍ତି ।

ସୂଚନାନୁଯାୟୀ , ଆସନ୍ତା ୧୨ ତାରିଖ ସଂଧ୍ୟା ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଏହି ଗୁରୁତ୍ଵପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଜେନା କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ୧୨ ତାରିଖରୁ ଅଙ୍କୁରାରୋପଣ ଆରମ୍ଭ ହୋଇ ୧୭ ତାରିଖ ଦିନ ଯଜ୍ଞରେ ପୂର୍ଣାହୁତି ସହିତ ପ୍ରକଳ୍ପ ଲୋକାର୍ପିତ ହେବ । ସେହି ଦୃଷ୍ଟିରୁ ଶ୍ରୀକ୍ଷେତ୍ରରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଗହଳି ଆଶାତୀତ ଭାବରେ ବୃଦ୍ଧି ପାଇବ ।

Related posts

ଫେବୃଆରୀରେ ରାଜ୍ୟସଭା ନିର୍ବାଚନ

mahabharatanews

୨୪ ଘଣ୍ଟା ପୂର୍ବରୁ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ ୱାଲ

mahabharatanews

ଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତ

mahabharatanews

Leave a Comment