ଓଡିଶା

୧୩ଜିଲ୍ଲାରେ ବିଜୁଳି ସହ ବର୍ଷା ସମ୍ଭାବନା

(ଭୁବନେଶ୍ୱର) :  ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଆସିବାକୁ ଥିବାରୁ ଜୁନ୍‌ରେ ନିଅଣ୍ଟିଆ ବର୍ଷା ହେବ। କିନ୍ତୁ ସେପ୍ଟେମ୍ବର ସୁଦ୍ଧା ଉଭୟ ଦେଶ ଓ ରାଜ୍ୟରେ ବର୍ଷାର ପରିମାଣ ସ୍ବାଭାବିକ ହୋଇଯାଇଥିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)।

 

ସୂଚନାନୁଯାୟୀ , ଶୁକ୍ରବାର ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ଖୁବ୍‌ ଜୋର୍‌ରେ ପବନ ବହିଛି। ଏଥିସହ ନୟାଗଡ଼, ଗଜପତି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଗଜପତି, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଯାଇଛି। ଶନିବାର ଦିନ ମଧ୍ୟ ରାଜ୍ୟର କିଛି ସ୍ଥାନ ଯଥା ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଓ ଅନୁଗୁଳ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି।

Related posts

କମିଲା ଭୂତଳ ଜଳସ୍ତର, ବଢ଼ିଲା ସରକାରଙ୍କ ଚିନ୍ତା…

mahabharatanews

ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡିର ଛାନଭିନ

mahabharatanews

କରୋନା ସଂକ୍ରମଣ ଭୟ: ଲୋକେ ରାସ୍ତାରୁ ଟଙ୍କା ଉଠାଇବକୁ କୁଣ୍ଠିତ

mahabharatanews