ଓଡିଶା

ସତ୍ୟବାଦୀ ବ୍ଳକ ପ୍ରଶାସନ ସାବିତ୍ରୀ ବ୍ରତ ଯୋଗୁ ଲକଡାଉନ କୋହଳ

(ଗୋପ/ଜୟନ୍ତ ସେଠି): ରାଜ୍ୟରେ ବିଶ୍ବ ମହାମାରୀ କରୋନା ସଂଖ୍ୟା ବଡିବାରେ ଲାଗିଛି । ଏପରିକି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅଞ୍ଚଳରେ କରୋନା ରୋଗୀ ଚିହ୍ନଟ ହେବା ପରେ ମଧ୍ୟ ଲୋକମାନେ ସଚେତନ ନହେବା ଜଣାପଡିଛି । ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ ପୂଜା ହେଉଥିବାରୁ ବିଶେଷ କରି ଫଳ ଦେକାନ ସହିତ ଲୁଗା ପଟା ଦେକାନ ମାନଙ୍କରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି । ଏପରିକି ଗୁରୁବାର ଅପରାହ୍ନରେ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ବଡ ବଜାର ପର୍ୟ୍ୟନ୍ତ ଲୋକଙ୍କର ଗହଳି ଲାଗି ରହିଛି । କେହି ସାମାଜିକ ଦୂରତା ମାନିବା ପାଇଁ ଯେପରି ପ୍ରସ୍ତୁତ ନୁହଁନ୍ତି । ଅନ୍ୟ ପକ୍ଷେ ରାଜ୍ୟ ସରକାର ରାତି ୭ ଟା ପରେ ସମସ୍ତ ଦେକାନ ବଜାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସାକ୍ଷୀଗୋପାଳ ବଜାରରେ ରାତି ୯ ଟା ପର୍ୟ୍ୟନ୍ତ ଖୋଲାଥିଲା । ବିଶେଷ କରି ଲୁଗା, ରେଡିମେଡି, ଫଳ, ଗ୍ରୋସରୀ ସମସ୍ତ ଦେକାନ ବଜାର ଖୋଲା ରହିଥିବାର ଦେଖାଯାଇଥିଲା । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।

Related posts

କୁନୋ ଜାତୀୟରେ ୫ନୂଆ ଅତିଥି

mahabharatanews

କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

mahabharatanews

୨୧ ପର୍ଯ୍ୟନ୍ତ ପ୍ରବଳ ଖରା ,ରେକର୍ଡ ଭାଙ୍ଗିବ ତାପମାତ୍ରା

mahabharatanews