ଓଡିଶା

ଦୁର୍ଘଟଣାଗ୍ରସ୍ତ ହେଲା ବରଯାତ୍ରୀ ଗାଡ଼ି, ଜଣେ ମୃତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନସ୍ଥ ସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମି ଗ୍ରାମ ସନ୍ନିକଟ ପୁରୁଣିଆ ଗ୍ରାମ ଶ୍ଶଶାନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବରଯାତ୍ରୀ ଗାଡି ଓଲଟି ଜଣଙ୍କ ମୃତ୍ୟୁ ହେଇଛି । ଏକ ବୋଲେରୋ ଭାରସାମ୍ୟ ହରାଇ ରାସ୍ତାକଡ ଖାଲରେ ଓଲଟିପଡିଵା ଫଳରେ ଜନୈକ ବରଯାତ୍ରୀ ଗାଡ଼ିଟି ପାଣିରେ ପଡିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରୁ ଵରଯାତ୍ରୀ ଦଳ କୁସୁମି ଗ୍ରାମକୁ ବାହାଘର ଉତ୍ସବରେ ଯୋଗଦେଇଥିଲେ।ଶ୍ମଶାନ ପାଖ ରାସ୍ତାରେ ବୋଲେରୋ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ମୃତକ ହେଲେ ସଂଜୟ ଚୌଧୁରୀ (୨୮) । ପୋଲିସ ମୃତକଙ୍କୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଛେଦ କରାଇ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ।

Related posts

ଘନ କୁହୁଡି ପାଇଁ ୧୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

mahabharatanews

ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଶିଶୁ ସୈନିକ ପାଳିଲେ ଜାନୁଆରୀ 26

mahabharatanews

ପ୍ରବାସୀ ଓଡ଼ିଆ ବଦଳାଇ ଦେଇଛନ୍ତି ସଙ୍ଗରୋଧ କେନ୍ଦ୍ରର ଚିତ୍ର

mahabharatanews