ଓଡିଶା

ରାଜ୍ୟରେ  ଗତ୨୪ ଘଣ୍ଟା ମଧ୍ୟରେ ୧୧ କରୋନା ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ଜାରି ରହିଛି । ଗତ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୪ଘଣ୍ଟାରେ ୧୧ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ସଂପୃକ୍ତ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ ଜଣ, କଟକରୁ ୨ ଜଣ, ଅନୁଗୁଳ, ଗଞ୍ଜାମ,ଝାରସୁଗୁଡା,କନ୍ଧମାଳ,ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ କରୋନାରେ ଆଖିବୁଜିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୮୮ ହଜାର ୬୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ ହଜାର ୨୪୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୭୨ ହଜାର ୦୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩୦୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ୦୮ ହଜାର ୦୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି।

 

Related posts

ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି

mahabharatanews

ଶୃଙ୍ଖଳା କମିଟି ବୈଠକ; ଅଣସୁପକାରଙ୍କୁ ଆନନ୍ଦ ବଜାର ମନା 

mahabharatanews

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

mahabharatanews