Uncategorized

୧୯୯୮ରେ ଦାଉଦକୁ ମାରିବାକୁ ଛୋଟା ରାଜନ ଷହଯନ୍ତ୍ର କରିଥିଲା: ଲକଡବାଲା

ମୁମ୍ବାଇ: ପଳାତକ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମକୁ ଜୀବନରୁ ମାରିବାକୁ ୧୯୯୮ରେ ଛୋଟା ରାଜନର ସଂଗଠନ ଷଡଯନ୍ତ୍ର କରିଥିଲା କିନ୍ତୁ ସେଥିରେ ସଫଳ ହୋଇ ନ ଥିବା ମୁମ୍ବାଇ ପୁଲିସକୁ ଗ୍ୟାଙ୍ଗଷ୍ଟର ଏଜାଜ ଲକଡାବାଲା କହିଛି । ଦୁଇ ଦଶକ ଧରି ଫେରାର ଥିବା ଓ ଦାଉଦର ନିକଟତମ ସହଯୋଗୀ ଥିବା ଲକଡବାଲା (୫୦) ଜବରଦସ୍ତ ବଟି ଆଦାୟ, ହତ୍ୟା ମାମଲାରେ ଗତ ମାସରେ ଗିରଫଦାରି ପରେ ମୁମ୍ବାଇ ପୁଲିସର ଅପରାଧିକ ଶାଖାର ପଚରାଉଚରା ସମୟରେ ଏହା କହିଛି । ଲକଡବାଲା ପୁଲିସକୁ କହିଛି, ଦାଉଦକୁ ମାରିବାରେ ଅସଫଳ ହେବା ପରେ ଛୋଟା ସକିଲର ଲୋକ ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଓ ତାର ଉପରେ ଆକ୍ରମଣ କରିଥିଲେ । ଲକଡାବାଲା ଆହୁରି କହିଛି, ଛୋଟା ରାଜନ ର କିଛି ନିକଟତମ ସାଥି ଭାରତୀୟ ଏଜେନ୍ସି ସହ ମିଶି ୧୯୯୮ରେ କରାଚିରେ ଦାଉଦକୁ ମାରିବାକୁ ଷଡଯନ୍ତ୍ର କରିଥିଲେ । ଦାଉଦକୁ ମାରିବାକୁ ବିକେ ମଲହୋତ୍ରା, ଫରିଦ ତନାଶା, ବାଲୁ ଡୋକରେ, ଲକଡବାଲା, ବିନୋଦ ମଟକର, ସଞ୍ଜୟ ଘାଟେ କରାଚି ଯ।।ଇଥିଲେ । କିନ୍ତୁ ସେ ସମୟରେ ଦାଉଦର ଝିଅ ମାରିୟାର ମୃତ୍ୟୁ ପରେ ଏକ ଦରଗାହକୁ କଡା ସୁରକ୍ଷା ମଧ୍ୟରେ ଯାଇଥିଲା । କାରଣ ନେପାଳର ଜଣେ ସାଂସଦ ଦାଉଦକୁ ସମସ୍ତ ସୂଚନା ଦେଇ ଦେଇଥିଲେ ।

Related posts

ପ୍ଲାଷ୍ଟିକର ବ୍ୟବହାର ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

ବୃହତ୍ତର ଖଣ୍ଡପୀଠରେ ହେବନି ଧାରା ୩୭୦ ଉଚ୍ଚେଦ ମାମଲାର ଶୁଣାଣି: ସୁପ୍ରିମକୋର୍ଟ

mahabharatanews

ରାସ୍ତା ଅବରୋଧ ପାଇଁ ହେଲିକପ୍ଟରରେ ଗଲେ ଆସାମ ଅର୍ଥମନ୍ତ୍ରୀ

mahabharatanews