ମୁମ୍ବାଇ: ସାରା ଦେଶରେ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର), ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ପଞ୍ଜିକରଣ (ଏନଆରସି)କୁ ନେଇ ବିରୋଧ ଜେ।ର ଧରିଥିôବା ବେଳେ ମହାରାଷ୍ଟ୍ରରେ ଏକ ମେରୁ ଏନପିଆର ଲାଗୁ କରାଯିବ । ରାଜ୍ୟ ସରକାରର ଏନପିଆର ଲାଗୁକୁ ନେଇ ସହଯୋଗୀ ଦଳ ମଧ୍ୟରେ ମତଭେଦ ଦେଖା ଦେଇଛି ।
ସିଏଏ, ଏନପିଆର ଓ ଏନଆରସିକୁ ନେଇ ବିରୋଧ ମଦ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ ୧ ତାରିଖରୁ ଜୁନ ୧୫ ମଧ୍ୟରେ ଏନପିଆର ଅନ୍ତର୍ଗତ ସୂଚନା ସଂଗ୍ରହ ପାଇଁ ଅଧିସୂଚୀ ଜାରି ହୋଇଛି । ଏହାକୁ ନେଇ ମହାରାଷ୍ଟ୍ର ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନର କାର୍ଯ୍ୟାଳୟ ଏନପିଆର ଓ ଜନଗଣନାକୁ ନେଇ ଫେବୃଆରୀ ୬ରେ ରାଜ୍ୟ ସରକାର ସହ ଆଲୋଚନ କରିଥିଲେ ଓ ଦୁଇଟି ପ୍ରକ୍ରିୟାକୁ ଲାଗୁ କରିବାକୁ ପ୍ରାୟ ୩,୩୪ ଲକ୍ଷ କର୍ମଚାରୀ ନିୟୋଜିତ କରାଯାଇଛି । ଏହ।।କୁ ନେଇ ରାଜ୍ୟ ସରକାର ଶୀଘ୍ର ଅଧିସୂଚନା ଜାରି କରିବ । ମହାର।।ଷ୍ଟ୍ରରେ ଏନପିଆର ଲାଗୁ କରିବାକୁ ନେଇ ଶିବସେନା, କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ (ଏନସିପି)କୁ ନେଇ ଗଠିତ ମହାବିକାଶ ଆଖଡା ମଧ୍ୟରେ ମତଭେଦ ଦେଖା ଦେଇଛି । କଂଗ୍ରେସ ସିଏଏ, ଏନଆରସି ଓ ଏନପିଆରକୁ ଲଗାତାର ବିରୋଧ କରୁଛି । ତେଣୁ ରାଜ୍ୟରେ ମଧ୍ୟ ଏନପିଆର ଲାଗୁ କରିବାକୁ କଂଗ୍ରେସ ବିରୋଧ କରିବ । ଅପରପକ୍ଷରେ ଏନସିପି ଏହାକୁ ନେଇ ତାର ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ ।