ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ମୋଟ ୨.୨୫ ଲକ୍ଷ କୋଟି ଟଙ୍କାକୁ ନେଇ ସଂକଟ ଥିବା ବେଳେ ଖରାପ ଋଣ ଶ୍ରେଣୀରେ ୪୨ ହଜାର କୋଟି ଟଙ୍କା ଥିବା ପ୍ରବର୍ତ୍ତନ ନିଦ୍ଦେଁଶାଳୟ (ଇଡି) ପକ୍ଷରୁ କୁହାଯାଇଛି । ଇଡି ଏହି ଋଣ ଘୋଟାଲାରେ ସଂନ୍ଦିଗ୍ଧ ତଥ।। ବ୍ୟାଙ୍କର ସଂସ୍ଥାପକ ରାଣା କପୁରଙ୍କ ପଚରାଉଚରା ଚାଲିଛି । ୟୋସ ବ୍ୟାଙ୍କର ୪୨ ହଜାର କୋଟି ଟଙ୍କାର ଖରାପ ଋଣରରୁ ୨୦ ହଜାର ଟଙ୍କାର ଋଣ କର୍ପୋରେଟ୍ସ ଓ ଏନବିଏଫସିକୁ କପୁରଙ୍କ ନିର୍ଦ୍ଦେଶରେ ଦିଆଯାଇଥିଲା । ଇଡି ଅଧିକାରୀ କାଁକ୍ସ ଆଣ୍ଡ କିଙ୍ଗ୍ ଗ୍ରୁପ, ଡିଏଚଏଫଏଲ ଗ୍ରୁପ, ସହାନା ଗ୍ରୁପ, ରେଡିୟସ ଗ୍ରୁପ ଓ ଅନ୍ୟ କିଛି ଫାଇଲ ମଗାଇଛନ୍ତି । ଅଧିକାରୀଙ୍କୁ ସଂଦେହ କି, ମାନକ ପ୍ରକ୍ରିୟା ଓ ଦେଶି ନିବେଶକୁ ସାଗ ମାଛ ଦରରେ ବଣ୍ଟା ଯାଇଛି । ତେଣୁ ବ୍ୟାଙ୍କକୁ କ୍ଷତି ହୋଇଛି । ଲୋକଙ୍କ ଟଙ୍କା ବୁଡିଛି । କପୁର ଦ୍ୱାରା ହୋଇଥିବା ଅନ୍ୟ କିଛି ସେଲ କମ୍ପାନୀ ମଧ୍ୟ ତଦନ୍ତ ରାଡରରେ ରହିଛି ।
ଅଧିକାରୀଙ୍କ ମୁତାବିକ କେନ୍ଦ୍ରୀୟ ଏଜେନ୍ସି କର୍ପୋରେଟସକୁ ଋଣ ବଣ୍ଟନ କରିବାରେ କପୁରଙ୍କ ଭୂମିକା ଓ ତାର ପତ୍ନୀଙ୍କ ଖାତାକୁ ଆସିଥିବା ଲାଞ୍ଚ ଅର୍ଥର ଯାଞ୍ଚ କର।।ଯାଇଛି । ଇଡି ଓ ସିବିଆଇ ନିକଟରେ ୪ହଜାର ୩ଶହ କୋଟି ଟଙ୍କାର ନେଣଦେଣର ମାମଲା ରହିଛି ।
