ଓଡିଶା

୨୦ କୋଟି ଟଙ୍କାରେ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁ କରିବାକୁ ଦାବି

ମହାଭାରତ, ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହାଠାରେ ୨୦୧୦ କେନ୍ଦ୍ରୀୟ ବିଦ୍ୟାଳୟ ·ଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ । ଏହା ଅସ୍ଥାୟୀ ଭାବରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ଅଦ୍ୟାବଧି ·ଲୁଅଛି । ରାଜ୍ୟ ସରକାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମହୁଲଡିହାରେ ପତିତ ଜମିରେ ୨୦୧୫ ମସିହାରେ ୮ ଏକର ଜମି ପ୍ରଦାନ କରିଛନ୍ତି । ଇତିମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ଘର, ଖେଳ ପଡିଅ । ଷ୍ଟାଫ କ୍ୱାର୍ଟର ର୍ନିମାଣ , ବିଦ୍ୟୁତ ସଂଯୋଗ କରାସରିଲାଣି । ସବୁ ସତ୍ତେ୍ୱ ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ତଥା ଅଗ୍ନିଶମ ବିଭାଗର ଅବହେଳା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ହସ୍ତାନ୍ତର କରାଯାଇପାରୁ ନାହିଁ ।

ନଗର ଉନ୍ନୟନ ବିଭାଗ କହୁଛି ଏହା ପତିତ ଜମିରେ ହୋଇଛି । ଏହାର କିସମକୁ ଘରବାଡ଼ି ଜମିକୁ ପରିବର୍ତ୍ତନ କରାଯାଉ । ଅଗ୍ନିଶମ ବିଭାଗ କହୁଛି ଘରବାଡ଼ି କିସମ ନହେଲେ ଏବଂ ବିଦ୍ୟାଳୟ ଟାଉନ ପ୍ଲାନିଂ ଅନୁମୋଦନ ନ କଲେ ସରକାରଙ୍କ ନିୟମ ଅନୁସାରେ ନୋ ଅବଜେକସନ ସାର୍ଟିଫିକେଟ ପ୍ରଦାନ କରିପାରିବେ ନାହିଁ । ଟାଉନ ପ୍ଲାନିଂ ବାଲା କହୁଛନ୍ତି ପତିତ ଜମିକୁ ଘରବାଡ଼ି କିସମ କର । ତହସିଲ ପକ୍ଷରୁ କୁହାଯାଉଛି ଘରବାଡ଼ି କିସମ କଲେ ୮ ଏକରୁ ୨୪ ଲକ୍ଷ ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟ ଦେଉ । କେନ୍ଦ୍ରୀୟ ବିଦ୍ୟାଳୟ କହୁଛି ସରକାରଙ୍କ ଗାଇଡ ଲାଇନ ଅନୁସାରେ ରାଜ୍ୟ ସରକାର ଅ ।ମକୁ ୧ ଟଙ୍କା ପ୍ରିମିୟମରେ ଜାଗା ଦେବା କଥା । ଜାଗା ତ ଦେଲେ । ଟେଣ୍ଡର ହେଲା । ଗୃହ ର୍ନିମାଣ ସରିଲା । ପୁଣି ଟାଉନ ପ୍ଲାନିଂ ନାଁରେ କ’ଣ ଗୋଟାଏ କେଁ ପୁରାଯାଉଛି । ଏହାକୁ ନେଇ ଅଭିଭାବକ ସଂଘ ବାରମ୍ବାର ଜନପ୍ରତିନିଧି, ପ୍ରଶାସନକୁ ଲିଖିତ ଦାବି ପତ୍ର ପ୍ରଦାନ କଲେ ମଧ୍ୟ କିଛି ଫଳ ମିଳୁନାହିଁ । ଏହାକୁ ନେଇ ଗୁରୁବାର ଦିନ ଅଭିଭାବକ ସଂଘ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଫାଟକ ସମ୍ମୁଖରେ କିଛି ସମୟ ଧାରଣାରେ ବସିଥିଲେ । ପରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରି ତୁରନ୍ତ ହସ୍ତକ୍ଷେପ କରି ନୂତନ କେନ୍ଦ୍ରୀୟ ବିଦ୍ୟାଳୟକୁ ୨୦୨୦ ରେ ·ଲୁ କରିବା ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ଶୁକ୍ରବାର ଦିନ ଅଭିଭାବକ ସଂଘ ବାରିପଦାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହା ଉପରେ ଅ ।ଲୋଚନା କରିଛନ୍ତି । ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ବିଦ୍ୟାଳୟ ଯେଉଁଠାରେ ଖୋଲିବ ତାହା ଷଷ୍ଠରୁ ଯୁକ୍ତ ୨ ପର୍ଯ୍ୟନ୍ତ ଖୋଲିବ । ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବରେ ·ଲୁଥିବା କେନ୍ଦ୍ରୀୟ ବିଦ୍ୟାଳୟ କେବଳ ୧୦ ମ ଷ୍ଟାଣ୍ଡାର୍ଡ ପର୍ଯ୍ୟନ୍ତ ·ଲୁଛି । ୧୦୦ କିମି ଦୂରରେ ସିବିଏସଇ ସ୍କୁଲ ଅଛି । ତେଣୁ ପିଲାମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ଅ ।ସନ୍ତା ମାର୍ଚ୍ଚରେ ୧୦ ମ ପରୀକ୍ଷା ଶେଷ ହେବ । ପିଲାମାନେ କେଉଁଠି ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବେ ଏହି ଚିନ୍ତାରେ ଅଭିଭାବକ ଓ ଛାତ୍ରଛାତ୍ରୀ । କିନ୍ତୁ ରାଜ୍ୟ ପ୍ରଶାସନିକ ଅବହେଳା ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦାୟିô ହୀନତା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଅ ।ଦିବାସୀ ଅଧ୍ୟୁୁଷିତ ବାମନଘାଟୀ ଅଂଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଓ ଉନ୍ନତ ଶିକ୍ଷା ଲାଭରୁ ବଂଚିତ ହେଉଛନ୍ତି । ର୍ଦିଘ ୯ବର୍ଷ ହେଲା ଅଭିଭାବକ ଓ ପିଲାମାନେ ହଇରାଣ ହରକତ ହେଉଛନ୍ତି । ତେଣୁ ସରକାର ତୁରନ୍ତ ନୂଅ । କେନ୍ଦ୍ରୀୟ ବିଦ୍ୟାଳୟକୁ ·ଲୁ କରିବା ପାଇଁ ଅ ।ବଶ୍ୟକୀୟର ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

Related posts

ଆଜି ରାଜ୍ୟରେ ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା 

mahabharatanews

ଏସସିବିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

mahabharatanews