Uncategorized

୨୪ ଘଣ୍ଟାରେ ଭାରତରେ ୫୩ ହଜାର ୬୦୧ ନୂଆ କରୋନା ଆକ୍ରାନ୍ତ

(ନୂଆଦିଲ୍ଲୀ) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି । ମଙ୍ଗଳବାର ସୁଦ୍ଧା ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୨ ଲକ୍ଷ ୬୮ ହଜାର ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୨୨,୬୮,୬୭୫ ରେ ପହଞ୍ଚିଛି । ଦେଶରେ ଏବେ ୬ ଲକ୍ଷ ୩୯ ହଜାର ୯୨୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ଭାରତରେ ୫୩,୬୦୧ ଅଧିକ ନୂଆ ମାମଲା ସାମନାକୁ ଆସିଛି ଓ ୮୭୧ ଜଣ ମୃତ୍ୟୁବରଣ କରିଛନ୍ତି । ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ଜଣାପଡ଼ିଥିବାବେଳେ ତା ପଛକୁ ତାମିଲନାଡ଼ୁ ଓ ଦିଲ୍ଲୀ ରହିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାର ପାର କରିଛି । ଆଜି ସୁଦ୍ଧା ୪୫ ହଜାର ୨୫୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦେଶର ମୃତ୍ୟୁହାର ୨ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୭୦ ପ୍ରତିଶତ ଛୁଇଁଛି । ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଓ ମୃତ୍ୟୁସଂଖ୍ୟା ୭.୩୪ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ବ୍ରାଜିଲ ଓ ଭାରତ ରହିଛନ୍ତି ।

Related posts

ଡିଫେନ୍ସ ଏକ୍ସପୋ ପାଇଁ ଗଛ କଟା ହୋଇନାହିଁ: ୟୁପି

mahabharatanews

ବରିଷ୍ଠ ଆରଏସଏସ ପ୍ରଚାରକ ପି ପରମେଶ୍ୱରମଙ୍କ ପରଲୋକ

mahabharatanews

ଅନିଲ ଚୌଧୁରୀ ଦିଲ୍ଲୀ, ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

mahabharatanews