(ପୁରୀ) : କାର୍ତ୍ତିକ ମାସ ଶେଷ ହେବା ପରେ ଆସନ୍ତା ୨୮ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ତାରର ଲେଜର ସ୍କାନିଂ ଆରମ୍ଭ ହେବ । ଏନେଇ ଏଏସଆଇ ସହ ଆଲୋଚନା ହୋଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ତେବେ ଲେଜର ସ୍କାନିଂ ପାଇଁ ଏଏସଆଇକୁ ଯେଉଁ ସବୁ ସହଯୋଗ ଆବଶ୍ୟକ ପଡିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
ସୂଚନାନୁଯାୟୀ , କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭକ୍ତ ଭିଡ଼ ଯୋଗୁଁ ଏହି କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ କହିଛନ୍ତି, ପ୍ରଥମେ ରତ୍ନଭଣ୍ତାରର ବାହାର ପଟ କାନ୍ଥରେ ଲେଜର ସ୍କାନିଂ କରାଯିବ । ଯାହା ପରେ କେଇଁ ସ୍ଥାନରେ ଫାଟ ରହିଛି ସେନେଇ ସ୍ପଷ୍ଟ ଜଣାପଡିବ । ସେହିପରି ଆବଶ୍ୟକ ପଡିଲେ ରତ୍ନଭଣ୍ତାର ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରରେ ମଧ୍ୟ ଲେଜକ ସ୍କାନିଂ କରାଯିବ ।