(ଭୁବନେଶ୍ୱର) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରାରେ ଆଉଟୁପାଉଟି ହେଉଛନ୍ତି ରାଜ୍ୟବାସୀ । ସକାଳ ୮ଟା ପରେ ବାହାରକୁ ବାହାରକିବା ବି ମୁସ୍କିଲ ହୋଇପଡ଼ୁଛି । ଏହାକୁ ଦୃଷ୍ଟି ରଖି ସ୍କୁଲ ସମୟରେ ପୁଣି ପରିବର୍ତ୍ତନ କରାଯାଇଛି । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ୍ ସମୟରେ ପରିବର୍ତ୍ତନ କରାଯାଇଛି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।
ସୂଚନାନୁଯାୟୀ , ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସାଢ଼େ ୬ ଟାରୁ ପାଠପଢ଼ା ଆରମ୍ଭ କରି ସାଢ଼େ ୧୦ଟାରେ ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ବି କଲବଲ କରିବ ତାତି, ସକାଳ ସାଢେ ୮ସୁଦ୍ଧା ୩୧ ଟପିଲା ପାରଦ । ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଥିଲା ଭୁବନେଶ୍ୱର । ଏହାକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ କରାଯାଇଛି ।
