ଓଡିଶା

୨୯ରୁ ଶୁଳିଆ ମହୋତ୍ସବ

(ମହାଭାରତ, ବଲାଙ୍ଗିର): ଆସନ୍ତା ୨୯ ତାରିଖରୁ ବଲାଙ୍ଗୀରରେ ପ୍ରସିଦ୍ଧ ଶୁଳିଆ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ଏହି ଯାତ୍ରା ଦେଓଗାଁ ବ୍ଲକ କୁଲତାପଡା ପଞ୍ଚାୟତ ଅନ୍ତର୍ଗତ ଖଇରଗୁରା ଏବଂ କୁମୁରିଆରେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତକାଲି ଏନେଇ ଏକ ପ୍ରସ୍ତୁତି ବୈଠକ ପରେ ସୂଚନା ମିଳିଛି । ଏହି ବୈଠକରେ ଜିଲ୍ଲା ଆଦିବାସୀ ସଂଘର କର୍ମକର୍ତ୍ତା, ଶୁଳିଆ ଯାତ୍ରା କମିଟି କର୍ମକର୍ତ୍ତା ଓ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସାମିଲ ହୋଇଥିଲେ । ସର୍ବ ସମ୍ମତି କ୍ରମେ ଚଳିତବର୍ଷ ଗୋଟିଏ ଦିନ ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ୩ ଦିନ ଧରି ଶୁଳିଆ ଯାତ୍ରା ମହୋତ୍ସବ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ଚଳିତମାସ ୨୯ରୁ ୩୧ ତାରିଖ ଯାଏଁ ଏହି ମହୋତ୍ସବକୁ ବହୁ ମାତ୍ରାରେ ଶ୍ରଦ୍ଧାଳୁ ଆସିବେ ବୋଲି ଯାତ୍ରା କମିଟି ଆଶା ରଖିଛି ।

Related posts

ପାଣିପାଗ ପୂର୍ବାନୁମାନକୁ ବଳିଷ୍ଠ କରିବାକୁ ବାଲେଶ୍ୱର, ସମ୍ବଲପୁରରେ ଲାଗିବ ରାଡାର: ଆଇଏମଡି ଡିଜି

mahabharatanews

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

mahabharatanews

ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ଅନଲାଇନ୍ ସମନ୍ୱିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ

mahabharatanews

Leave a Comment