Uncategorized

୨ ନଂ ଜାତୀୟ ରାଜପଥରେ ଦୁର୍ଘଟଣା: ୫ ମୃତ, ୧୨ ଆହତ

ରୋହତାସ: ଆଜି ବିହାରର ରୋହତାସ ଜିଲ୍ଲାର ସୋସାଗର ବ୍ଲକର କିରିହିରି ନିକଟରେ ୨ ନମ୍ବର ଜାତୀୟ ରାଜପଥର ରେ ଏକ ଶଡକ ଦୁର୍ଘଟଣାରେ ଏକ ଦମ୍ପତିଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଅ।।ହତ ହୋଇଛନ୍ତି । ରାଜପଥରେ ଏକ ଟ୍ରକ ରଙ୍ଗ ସାଇଡରେ ଆସି ବସଟିକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି ବୋଲି ସଦର ସବ ଡିଭିଜନ ଅଫିସର ରାଜକୁମାର ଗୁପ୍ତା ସୂଚନା ଦେଇଛନ୍ତି ।

ଗୁପ୍ତାଙ୍କ ଅନୁଯାୟୀ, ଆଜି ବସ କିରିହିରି ନିକଟରେ ପହଞ୍ଚିବା ସମୟରେ ରଙ୍ଗରୁଟରେ ଆସୁଥିବା ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଏଥିରେ ବସର ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି । ସେମାନଙ୍କ ନାମ ମୁଖତାର ଖାନ ଓ ରେସମା ଖାତୁନ । ଏହି ଦୁର୍ଘଟଣାରେ ଆହତ ହୋଇଥିବା ୧୨ ଜଣଙ୍କୁ ନିକଟବର୍ତ୍ତୀ ସସରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related posts

ମହିଳା ଗୋଷ୍ଠୀ କେନ୍ଦ୍ର ଓ ଦୋଳ ମଣ୍ଡପ ଉଦଘାଟନ

mahabharatanews

ପୁଲିସ ଏନକାଉଣ୍ଟରେ ଅନ୍ତର୍ରାଜ୍ୟ ଅପରାଧି ଗିରଫ

mahabharatanews

ମହାରାଷ୍ଟ୍ରରେ ଲାଗୁ ହେବନି ଏନଆରସି: ଉଦ୍ଧବ ଠାକରେ

mahabharatanews