ଓଡିଶା

୨ ବାଇକ ମୁହାଁମୁହିଁ ଧକ୍କା

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଦୁଇ ବାଇ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳେ କବିସୂର୍ୟ୍ୟନଗର ଗ୍ରାମର ବିନୋଦ ସାହୁ (୨୮) ବାପା ବାଳକୃଷ୍ଣ(୫୮) ଙ୍କୁ ନେଇ ହିରୋ ଗ୍ଳେମର (ଓଡ଼ି୦୭ଏସ ୧୨୩୫) ମୋଟର ସାଇକେଲ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିଲେ । ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ବିପରୀତ ଦିଗରେ ଆସୁଥିବା ପୋଡ଼ିଙ୍ଗି ଗ୍ରାମର ଶିବରାମ ବେହେରା (୨୨) ଏକ ବଜାଜ ପଲ୍ସର ବାଇକ (ଓଡ଼ି୩୨ଡ଼ି ୭୬୨୧) ଆସୁଥିବା ବେଳେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ୨ଟି ବାଇକରେ ଥିବା ୩ଜଣ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ସକାଶେ ବିନୋଦ ଓ ତାଙ୍କ ବାପାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ୨ ବାଇକକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି ।

Related posts

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

mahabharatanews

ଶ୍ରୀଜିଉଙ୍କ ବନକଲାଗି ନୀତି ,୪ ଘଣ୍ଟା ଦର୍ଶନ ବନ୍ଦ

mahabharatanews

ଆସନ୍ତାକାଲିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

mahabharatanews

Leave a Comment