ଓଡିଶା

ଯୁବକଙ୍କ ଅର୍ଦ୍ଧ ଲଗ୍ନ ଝୁଲନ୍ତା ଶବ ଉଦ୍ଧାର: ହତ୍ୟା ସନ୍ଦେହ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଗୁରୁବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ଶାସନ ଆମ୍ବଗାଁ ବଣ ମଧ୍ୟରୁ ଜଣେ ଯୁବକଙ୍କ ଅର୍ଦ୍ଧ ଲଗ୍ନ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ହିଞ୍ଜିଳି ବ୍ଳକ ତଥା ପୁରୁଷୋତମପୁର ଥାନା ଧୋବାଡ଼ି ପାଟପୁର ଗ୍ରାମର ସନ୍ୟାସି ପୃଷ୍ଟି (୨୨) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବକୁ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

ଧୋବାଡ଼ି ପାଟପୁର ଗ୍ରାମର ସନ୍ୟାସି ଗତ ୪ ବର୍ଷ ଧରି ଶାସନଆମ୍ବଗାଁ ଗ୍ରାମରେ ମାମୁଁ ଘରେ ରହି ଆସୁଥିଲେ । ଗୁରୁବାର ଭୋର ସମୟରେ ଗ୍ରାମର କିଛି ବ୍ୟକ୍ତି ନିକଟସ୍ଥ ବଣକୁ ଯାଇଥିବା ବେଳେ ଜଣେ ଯୁବକଙ୍କ ଅର୍ଦ୍ଧ ଲଗ୍ନ ଶବ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସଂପୃକ୍ତ ବ୍ୟକ୍ତି ମାନେ ଯୁବକଙ୍କୁ ଚିହ୍ନିପାରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ଗ୍ରାମରେ ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଗ୍ରାମବାସୀଙ୍କ ସୂଅ ଛୁଟିଥିଲା । ମୃତକଙ୍କ ବାପା ବାବୁଲାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ପ୍ରେମ ବ୍ୟପାରକୁ କେନ୍ଦ୍ର କରି ଯୁବକ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି । ଝୁଲନ୍ତା ଶବ ନିକଟରୁ ମିଳିଥିବା ମୋବାଇଲକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି ।

Related posts

୧୩ଜିଲ୍ଲାରେ ବିଜୁଳି ସହ ବର୍ଷା ସମ୍ଭାବନା

mahabharatanews

ଆଜିଠୁ କମିବ, ପୁଣି ୧୪ରୁ ବର୍ଷିବ

mahabharatanews

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା; ୪୦ଟି ସ୍ଥାନ ରେଡ୍‌ ଜୋନ 

mahabharatanews