ଓଡିଶା

୨ ମହଲା ଛାତ ଘର ଭୁଶୁଡି ଅନ୍ୟ ୩ ଲୋକ ପ୍ରଭାବିତ

ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ଦିଗପହଁଣ୍ଡି ବ୍ଳକ ସହଦେବ ଟିକରପଡା ଗାଁରେ ରବିବାର ରାତି ପ୍ରାୟ ସାଢ଼େ ୧୨ ଟା ରେ ଦୁଇଟି ପରିବାରର ୨ ମହଲା ଛାତ ଘର ଭୁଶୁଡ଼ି ପଡିଛି । ସେହିପରି ଛାତ ଘରକୁ ଲାଗି ରହିଥିବା ଜଣେ ବ୍ୟକ୍ତିଙ୍କ ·ଳ ଘର ଓ ଅନ୍ୟ ୨ ବ୍ୟକ୍ତିଙ୍କ ଗୁହାଳ ଘରର ମାଟି କାନ୍ଥ ଭୁଶୁଡ଼ି ପଡିଛି । ସୂଚନା ଅନୁସାରେ ରଜନୀକାନ୍ତ ଗୌଡ଼ ଓ ଚନ୍ଦ୍ରମା ଗୌଡ଼ଙ୍କ ଦୁଇଟି ଛାତ ଘର ଏବଂ ପଡ଼ୋଶୀ ଗୋପାଳ ଗୌଡ଼ଙ୍କ ୧ ବଖରା ·ଳଘର ସମେତ ବିଶ୍ୱନାଥ ଗୌଡ଼ ଓ ବାବୁଲା ଗୌଡ଼ଙ୍କ ଦୁଇଟି ଗୁହାଳ ଘର ଅ·ନକ ଭୁଶୁଡ଼ି ପଡିଛି । ପ୍ରଚଣ୍ଡ ଶବ୍ଦ ଶୁଣି ଗୋପାଳ ଏବଂ ତାଙ୍କ ସ୍ତ୍ରୀ ସୀମା ନିଦରୁ ଉଠି ଜୀବନ ବିକଳରେ ଘରୁ ବାହାରକୁ ·ଲିଯିବାରୁ ସେ ଦୁହେଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗ୍ରାମବାସୀ ରାତ୍ରୀଭୋଜନ ସାରି ଶୋଇଥିବା ବେଳେ ପ୍ରଚଣ୍ଡ ଶବ୍ଦ ଶୁଣି ନିଦରୁ ଉଠି ଭୟଭୀତ ଅବସ୍ଥାରେ ଘଟଣାସ୍ଥଳରେ ପହଞ୍ଚି ବିଶ୍ୱନାଥଙ୍କ ଗୁହାଳ ମାଟି କାନ୍ଥ ତଳେ ·ପି ହୋଇ ରହିଥିବା ଗାଈ ଓ ବଳଦମାନଙ୍କୁ ଉଦ୍ଧାର କରିଥିଲେ । ସେହିପରି ରଜନୀକାନ୍ତ, ଚନ୍ଦ୍ରମା ନିକଟସ୍ଥ କୈଠଖଣ୍ଡି ଗ୍ରାମର ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ପରିବାର ଲୋକଙ୍କ ସହ ·ଲିଯାଇଥିବାରୁ ସେମାନେ ମଧ୍ୟ ସମ୍ଭାବ୍ୟ ଅଘଟଣରୁ ବର୍ତ୍ତି ଯାଇଛନ୍ତି । ଖବରପାଇ ସେମାନେ ସକାଳେ ଗାଁ ରେ ପହଞ୍ଚିଛନ୍ତି । ପ୍ରାଣୀ ଚିକିତ୍ସକ ଟିମ୍ ଆହାତ ବଳଦ ଓ ଗାଈମାନଙ୍କୁ ଆବଶ୍ୟକ ଚିକିତ୍ସା କରି ଫେରିଛନ୍ତି । ଭୁଶୁଡ଼ି ପଡ଼ିଥିବା ରଜନୀକାନ୍ତ ଓ ଚନ୍ଦ୍ରମା ଙ୍କ ଘରେ ବହୁ ପରିମାଣର ଧାନ,·ଉଳ ସମେତ ·ଷ ପାଇଁ ବ୍ୟବହୃତ ବହୁ ପରିମାଣର ସାମଗ୍ରୀ ମହଜୁଦ ଥିଲାୟଛାତ ଉପରେ ବହୁ ପରିମାଣର ସାମଗ୍ରୀ ରଖା ଯାଇଥିବାରୁ ପୁରାତନ ଛାତ ଟି ଓଜନ ସମ୍ଭାଳି ନପାରି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ସେହିପରି ଘର ପାଶ୍ୱର୍ରେ ଥିବା ପ୍ରାୟ ୨୦ ଫୁଟ ଖାଲରେ ସଦା ସର୍ବଦା ପାଣି ଜମି ରହି କୋଠାର ପୁନାନ୍ଦ ଫାଉଣ୍ଡେସନକୁ ଦୁର୍ବଳ କରି ଦେବାରୁ ପୁରାତନ କୋଠା ଭୁଶୁଡ଼ି ପଡ଼ିଥିବା କିଛି ଗ୍ରାମବାସୀ କହିଛନ୍ତି । କୋଠା ଭୁଶୁଡ଼ି ପଡିବାରୁ ଘରର ସମସ୍ତ ଘର କରଣା ଆସବାବ ପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । କୋଠା ୨ ଟି ବହୁବର୍ଷର ପୁରୁଣା ହୋଇଥିବା ବେଳେ ଗତ ଦୁଇ ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଘନ ଘନ ବଜ୍ରପାତ ସହ ବର୍ଷା ଯୋଗୁଁ ଘର ·ରିପାଖରେ ବର୍ଷାଜଳ ନିଷ୍କାସନ ହୋଇ ନପାରି ଜମି ରହିଥିଲା । ସେହିପରି କୋଠା ୨ ଟି ଭୁଶୁଡ଼ି ପଡିବାରୁ ତାର ପ୍ରଭାବରେ ଅନ୍ୟ ୩ ଟି ମାଟି ଘର କାନ୍ଥ ଭୁଶୁଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛ । ଖବର ପାଇ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ, ବିଡିଓ ହଳଧର ଶବର ଗାଁ ରେ ପହଞ୍ଚି ସବିଶେଷ ତଦନ୍ତ କରି ଫେରିଛନ୍ତି । ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ ଭିତ୍ତି ରେ କ୍ଷୟକ୍ଷତି ଆକଳନ କରାଯିବା ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ତହସିଲଦାର କହିଛନ୍ତି ।

Related posts

ଆସନ୍ତା ଶନିବାର ସନ୍ଧ୍ୟାରେ ୪ ଜିଲ୍ଲାରେ ବନ୍ୟା ଆଶଙ୍କା

mahabharatanews

ଉଦଳା ସହରାଞ୍ଚଳରେ ଲକଡାଉନ କଡାକଡି

mahabharatanews

୧୯୬ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର

mahabharatanews