ଓଡିଶା

କାଲିଠାରୁ ପାସ୍ ନ ଥିଲେ ଗଡିବନି ଗାଡି

ଭୁବନେଶ୍ୱର: କରୋନା ଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏହି କର୍ଫ୍ୟୁ ଅଧିକ ସଫଳ ହୋଇଥିବା ଦେଖିବାକୁ ମିଳିଥିଲା । ଓଡ଼ିଶାର ଲୋକେ ସଚେତନ ବୋଲି ଜଣାପଡୁଥିଲା । କିନ୍ତୁ ଆଜି ଲକ୍ଡାଉନ୍ ଜାରି କରାଯାଇଥିବା ସବୁ ଜିଲା ଏବଂ ସହରରେ ଲୋକେ ସରକାର ଓ ପୋଲିସ ପକ୍ଷରୁ ଜାରି କରାଯାଇଥିବା କଟକଣା ମାନି ନ ଥିଲେ । ଭଦ୍ରକରେ ଜଣେ ସମେଣ୍ଟ ଦୋକାନିକୁ କଟକଣା ନ ମାନି ଦୋକାନ ଖୋଲି ଥିବାରୁ ଗିରଫ କରାଯାଇଛି । ଭୁବନେଶ୍ୱରେ ଲୋକେ ସବୁ ରାସ୍ତାକୁ ବାହାରି ଆସିବା ପରେ ସୋମବାର ପୋଲିସ ଯାଞ୍ଚ କରୁଥିବା ସ୍ଥାନରେ ଭିଡ ଦେଖିବାକୁ ମିଳିଥିଲା । ଫଳରେ ପୋଲିସକୁ ଅଧିକ ଫୋର୍ସ ମଗାଇବାକୁ ପଡିଥିଲା । ଏହାକୁ ଦୃଷ୍ଟି ରଖି ପୋଲିସ କମିଶନର ସୁଧାଂଶୁ ସଡଙ୍ଗୀ ଜରୁନୀକାଳୀନ ଅବା ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ବ୍ୟକ୍ତିମାନେ କେବଳ ଗାଡି ନେଇ ଯାଇପାରିବେ ବୋଲି ସୂଚନା ଦେଇଛନ୍ତି । ଏବଂ ଉକ୍ତ ଗାଡିଗୁଡିକ ଯାତାୟାତ ପାଇଁ କମିଶନରେଟ ପୋଲିସ ପକ୍ଷରୁ ପାସ୍ ଯୋଗାଇ ଦିଆଯିବ । ଏଥିପାଇଁ ଲୋକମାନଙ୍କୁ ନିକଟସ୍ଥ ଥାନାକୁ ଯାଇ ପାସ୍ ଆଣିବା ପାଇଁ ପଡିବ । ସୋମବାର ସୁଦ୍ଧା ପାସ୍ ନେବାକୁ ସମୟ ଦିଆଯାଇଥିବା ବେଳେ ମଙ୍ଗଳବାର ସକାଳୁ ଠାରୁ ପାସ୍ ନ ଦେଖାଇଲେ କୌଣସି ଗାଡିକୁ ଛଡାଯିବ ନାହିଁ ବୋଲି କମିଶନର କହିଛନ୍ତି ।

ଲୋକମାନେ ସଚେତନ ନ ଥିବା ନେଇ କମିଶନର କହିଛନ୍ତି, ବହୁ ଲୋକେ ଲକ୍ ଡାଉନ୍ର ଅର୍ଥ ବୁଝିପାରୁନାହାନ୍ତି । କରୋନା ଭାଇରସର ମୁକାବିଲା କରିବା ପାଇଁ ସେଚତନ ରହିବା ହିଁ ଏକ ମାତ୍ର ପନ୍ଥା । ତେବେ କିଛି ଲୋକ ଏତେ ଶିଘ୍ର ନିଜକୁ ନୂଆ ପରିବେଶ ସହ ଜଡିତ କରିବାକୁ ଟିକେ ସମୟ ଲାଗୁଛି । ସେଥିପାଇଁ ସୋମବାର ଯାଞ୍ଚ ପ୍ରକ୍ରିୟାକୁ ଟିକେ କୋହଳ କରାଯାଇଛି । ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଦୋକାନ ଗୁଡିକୁ ଖୋଲିବା ପାଇଁ କଡା ନିର୍ଦ୍ଦେଶ ରହିଥିବା ବେଳେ ଉକ୍ତ ସେବା କରୁଥିବା ଲୋକମାନଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ଅନୁରୋଧ ଥାନାକୁ ଯାଇ ପାସ୍ ଆଣି ଗାଡି ଚଳାନ୍ତୁ । ଏବଂ ଯେଉଁମାନଙ୍କର ସେପରି କିଛି ଆବଶ୍ୟକତା ନାହିଁ ସେମାନେ ବାହାରକୁ ନ ବାହାରିବାକୁ କମିଶନର ପରାମର୍ଶ ଦେଇଛନ୍ତି । ଏପରି ସ୍ଥଳେ ଲୋକେ କଟକଣା ନ ମାନିବାରୁ କଟକଣାକୁ ବଢାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

Related posts

ଏ ପୁରସ୍କାର ଦେଲା କିଏ ରାଜ୍ୟ ସରକାର ନା କେନ୍ଦ୍ର ସରକାର ନା ଜାତିସଂଘ : କଂଗ୍ରେସ ନେତା ନରସିଂହ ମିଶ୍ର

mahabharatanews

ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲୁଟ୍, ୧ ମୃତ

mahabharatanews

ଗତ ୨୪ ଘଣ୍ଟାରେ ଦେଶରୁ ୪୨୫ କରୋନା ସଂକ୍ରମିତ ଚିହ୍ନଟ

mahabharatanews