Uncategorized

୩୦ଟି ବିମାନବନ୍ଦରରେ ସ୍କ୍ରିନିଂ, ରିଙ୍ଗ ଟୋନରେ କୋରୋନା ସଂକ୍ରମଣ ବାର୍ତ୍ତା

ନୂଆଦିଲ୍ଲୀ: ଭାରତରେ ବୃଦ୍ଧି ପ।।ଉଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପରାଜ୍ୟପାଳ ଅନିଲ ବୈଜଲ ଉପସ୍ଥିତ ଥିଲେ । ମନ୍ତ୍ରୀ କହିଛନ୍ତି, ଏହି ଭୂତାଣୁ ସଂକ୍ରଣରେ ୬୦ରୁ ଅଧିକ ଦେଶ ଆସିଲେଣି । ଏପରି ସମୟରେ ବାହରୁ ଆସୁଥିବା ଲୋକଙ୍କ ଯାଞ୍ଚ କରାଯାଉଛି । ତେବେ ଭାରତରେ ୪୩ କୋରୋନା ସଂକ୍ରମିତଙ୍କ ଚିହ୍ନଟ କରାଯ।।ଇଛି । ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି । ଦେଶରେ ୪୬ଟି ଲ୍ୟାବର ବ୍ୟବସ୍ଥା କରାଯାଇଛି । ମୋବାଇଲ ରିଙ୍ଗ ଟୋନରେ କୋରୋନା ସଚେତନତା ବାର୍ତ୍ତା ଦିଆଯାଉଛି । ମନ୍ତ୍ରୀ ଆହୁରି କହିଛନ୍ତି, ଦେଶର ୩୦ଟି ବିମାନ ବନ୍ଦରରେ ପ୍ରତ୍ୟେକ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ବତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୮ଲକ୍ଷରୁ ଅଧିକ ଲୋକଙ୍କ ଯାଞ୍ଚ କରାଗଲାଣି । ଜାନୁଆରୀରେ ମାତ୍ର ୭ଟି ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ କରାଯାଇଥିଲା । ଏବେ ସରକାର ପକ୍ଷରୁ ଜିଲ୍ଲାସ୍ତରରେ ତାଲିମ ଦିଆଯାଉଛି, ଯେମିତି କେହି କୋରୋନାରେ ସଂକ୍ରମିତ ହୁଅନ୍ତି, ତେବେ ତୁରନ୍ତ ତାଙ୍କ ଚିହ୍ନଟ କରାଯାଇ ପାରିବ ।

Related posts

ରାଙ୍କିଙ୍ଗର ଟପ୍ ୧୦ ତାଲିକାରେ ଇଶାନ

mahabharatanews

କେରଳରୁ ପାଟଣା ଫେରିଲେ ୧୩ ପ୍ରବାସୀ ଓଡିଆ

mahabharatanews

ପାକ ସେନାର ଯୁଦ୍ଧ ବିରତି ଉଲ୍ଲଙ୍ଘନ: ୩ ସାଧାରଣ ନାଗରିକଙ୍କ ମୃତ୍ୟୁ

mahabharatanews

Leave a Comment