(ମହାଭାରତ, ଜଳେଶ୍ୱର)- ରୋଗୀ ସେବା ପାଇଁ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ସୂଚନା ଅଧିକାର କର୍ମୀଙ୍କ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖରେ ଅହରାତ୍ର ଧାରଣା ଦିଆଯାଇଥିଲା । ତେବେ ଦୀର୍ଘ ୩୦ ଘଣ୍ଟ।। ପରେ ଜିଲା ମୁଖ୍ୟ ଅଧିକାରୀ ସେଠାରେ ପହଞ୍ଚି ଡାକ୍ତର ନିଯୁକ୍ତି ପ୍ରତିଶୃତି ପରେ ଧାରଣା ଭଙ୍ଗ ହୋଇଛୀ । ସୂଚନା ଅନୁଯାୟୀ, ବାଲିଅ ।ପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବାଲିଆପାଳ ବ୍ଳକ୍ ର ତିନି ଲକ୍ଷ ରୁ ଉର୍ଦ୍ଧ ଜନସାଧାରଣ ର୍ନିଭର କରିଥାନ୍ତି । ପଡୋଶୀ ଜଳେଶ୍ର ଏବଂ ବସ୍ତା ବ୍ଳକ୍ ର କିଛି ଲୋକ ମଧ୍ୟ ଏହା ଉପରେ ର୍ନିଭର କରନ୍ତି । ବ୍ଲକ ରେ ଥିବା ମୋଟ ସାତଟି ମେଡିକାଳରୁ କେବଳ ପ୍ରତାପପୁର ମେଡିକାଲକୁ ବାଦ ଦେଲେ ଅନ୍ୟ ମେଡ଼ିକାଲରେ ଡାକ୍ତର ନାହାନ୍ତି । ଯାହା ଫଳରେ ଯେ କୌଣସି ଛୋଟ ମୋଟ ରୋଗ ହେଲେ ରୋଗୀଙ୍କୁ ୬୦ କିମି ଦୂର ବାଲେଶ୍ୱର ମେଡ଼ିକାଲ ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି । ଅନ୍ୟପଟେ ବାଲିଆପାଳ ମେଡ଼ିକାଲରେ ଆବଶ୍ୟକ ଭିତ୍ତିିଭୂମି, ରୋଗୀ ସେବା ପାଇଁ ଉପଯୁକ୍ତ ଯନ୍ତ୍ରପାତି ଥାଇ ମଧ୍ୟ ଡାକ୍ତର ଅଭାବରୁ ସେଗୁଡିକ କୌଣସି କାମରେ ଆସୁନଥିବା ଅଭିଯୋଗ ହେଉଛି । ଚିକିତ୍ସା ଉପକରଣଗୁଡିକର ରକ୍ଷଣା ବେକ୍ଷଣ ଅଭାରୁ ସେଗୁଡିକ ଖତ ଖାଉଥିବା ଦେଖିବାକୁ ମିଳୁଛି । ଏନେଇ ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଠାରେ ଲୋକେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସ୍ଥାୟୀ ଡାକ୍ତର ନିଯୁକ୍ତି ଏଯାଏ ଦିଆଯାଉନଥିଲା । ଏନେଇ ସୂଚନା ଅଧିକାର କର୍ମୀ ସଂଗଠନ ପକ୍ଷରୁ ଦୁଇଦିନ ତଳେ ବାଲିଆପାଳ ମେଡ଼ିକାଲ ପରିସରରେ ଅହରାତ୍ର ଧାରଣା ଦିଅ ।ଯାଇଥିଲା । ମଙ୍ଗଳବାର ରାତ୍ରିର ଘଡଘଡି ବର୍ଷାରେ ମଧ୍ୟ ସୂଚନା ଅଧିକାର କର୍ମୀ ମାନେ ନିଜ ଜୀବନକୁ ଖାତିର ନକରି ଧାରଣାରେ ବସଥିଲେ । ତାଙ୍କର ଏଭଳି ଧାରଣାକୁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ, ସଚେତନ ନାଗରିକ ମଞ୍ଚ ସମେତ ବିଭିନ୍ନ ସଂଗଠନ କ ସମର୍ଥନ ଜଣାଇ ଧାରଣରେ ଯୋଗ ଦେଇଥିଲେ । ଦୀର୍ଘ ୩୦ ଘଣ୍ଟା ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରାସାଦ ଛୋଟ ରାୟ, ବାଲିଆପାଳ ମେଡ଼ିକାଲ ଭାରପ୍ରାପ୍ତ ଅଧିକାରୀ ଡ଼ାକ୍ତର ଭାଗିରଥି ମୁର୍ମୁ, ବାଲିଆପାଳ ପୋଲିସ, ଧାରଣାସ୍ଥଳରେ ପହଞ୍ଚିି ଧାରଣାକାରୀଙ୍କ ସହ ଆଲାଚନା କରିଥିଲେ । ପରେ ସୂଚନା ଅଧିକାର କର୍ମୀମାନେ ଦୀର୍ଘ ୩୦ ଘଣ୍ଟା ଧରି ଦେଇଥିବା ଧାରଣାରୁ ଓହରିଥିଲେ ।
previous post
next post
