ଓଡିଶା

୩୫ ପ୍ରତିଶତ ଶସ୍ତା ହେଲା ମଦ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମଦୁଆଙ୍କ ପାଇଁ ସ୍ପେଶାଲ ଭେଟି ଆଣିଛନ୍ତି । ମଦ ଉପରେ ଲଗାଇଥିବା ’ ସ୍ପେଶାଲ କୋଭିଡ୍ ଫି’କୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଏହା ବଦଳରେ ଏମ୍‌ଆରପି ଉପରେ ୧୫ ପ୍ରତିଶତ ମୂଲ୍ୟ ବୃଦ୍ଧି କରାଯାଇଛି। ଅଥାତ୍ ଆଜିଠାରୁ ଆଉ ୫୦ ପ୍ରତିଶତ ଅଧିକ ମୂଲ୍ୟ ଦେବାକୁ ପଡ଼ିଛି ନାହିଁ। ମଦ ମୂଲ୍ୟ ଉପରେ୩୫ ପ୍ରତିଶତ ହ୍ରାସ ଘଟିଛି। ବିଭିନ୍ନ ପ୍ରକାର ବ୍ରାଣ୍ଡର ମଦ ପାଇଁ ଧାର୍ୟ୍ୟ ହୋଇଥିବା ନୂଆ ମୂଲ୍ୟର ତାଲିକା ଓଡ଼ିଶା ପାନୀୟ ନିଗମ ୱେବ୍‌ସାଇଟ୍‌ରେ ଉପଲବ୍ଧ।
କରୋନା ସଂକ୍ରମଣକୁ ନେଇ ଦେଶବ୍ୟାପୀ ଲକଡାଉନ ପାଇଁ ମଦଦୋକାନକୁ ମଧ୍ୟ ବନ୍ଦ କରାଯାଇଥିଲା । ଏହାପରେ ମେ ମାସରୁ ମଦକୁ ଅନଲାଇନ ଡେଲିଭର କରିବା ସହ ସ୍ପେଶାଲ କୋଭିଡ୍ ଫି ଲାଗୁ କରାଯାଇଥିଲା । ଫଳରେ ପ୍ରତ୍ୟେକ ବ୍ରାଣ୍ଡର ମଦ ମୂଲ୍ୟ ପ୍ରାୟ ୫୦% ପର୍ୟ୍ୟନ୍ତ ବୃଦ୍ଧି ପାଇଥିଲା। କୋଭିଡ୍ ଫି ବାବଦରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ଆୟ କରିଛନ୍ତି। ତେବେ ବର୍ତ୍ତମାନ ଓଡ଼ିଶା ସଂଲଗ୍ନ ରାଜ୍ୟରେ ବିଦେଶୀ ମଦ ମୂଲ୍ୟକୁ ବିଚାର କରିବା ସହ ଅନ୍ୟ ରାଜ୍ୟକୁ କୋଭିଡ୍ ଫି ଲାଗି ନଥିବା ମଦ ଓଡ଼ିଶାକୁ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଏକ ପଦକ୍ଷେପ ନେଇ ଏହି ନିୟମରେ ସଂଶୋଧନ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି । ବିଦେଶୀ ଓ ଦେଶୀ ମଦ ବ୍ୟତୀତ ବିୟର୍, ୱାଇନ୍ ଏବଂ ରେଡ଼ି ଟୁ ଡ୍ରିଙ୍କ୍ (ଆରଟିଡି) ଆଦି ପାନୀୟର ୨୦୧୯-୨୦ ଏମ୍‌ଆରପି ଉପରେ ପ୍ରାୟ ୧୫% ବୃଦ୍ଧି କରାଯାଇଛି।

Related posts

ଭୁବନେଶ୍ୱର ୧ନଂ ହାଟ ବନ୍ଦ

mahabharatanews

ଘନ କୁହୁଡ଼ି ନେଇ ୟେଲୋ ଆଲର୍ଟ ଜାରି 

mahabharatanews

ଉନ୍ନତ କାର୍ଯ୍ୟ ପାଇଁ ବ୍ଲକ କର୍ମଚାରୀଙ୍କୁ ପୁରସ୍କୃତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ

mahabharatanews