ଓଡିଶା

୩ ଦିନରେ ଅମାନିଆଙ୍କଠୁ ୭୦ ହଜାର ଟଙ୍କା ଜରିମାନା ଆଦାୟ

(ପାରାଦ୍ବୀପ/ପ୍ରଶାନ୍ତ କୁମାର ସ୍ବାଇଁ ): ଅମାନିଆଙ୍କ ଠାରୁ ତିନିଦିନରେ ୭୦ ହଜାର ଟଙ୍କା ଆଦାୟ କଲା ପାରାଦ୍ବୀପ ପୋଲିସ। ଲକ୍ ଡାଉନ ସତ୍ତ୍ୱେ ବାଇକ୍ ଧରି ବୁଲୁଥିବା ଯୁବକଙ୍କ ଠାରୁ ପାରାଦ୍ବୀପ ଆଦର୍ଶ ଥାନା ମୋଟା ଅଙ୍କର ଫାଇନ୍ ଆଦାୟ କରିଛି। ପୋଲିସ ପକ୍ଷରୁ ଗତ ତିନିଦିନ ହେଲା ପାରାଦ୍ବୀପର ସବଷ୍ଟେସନ ଛକ, ଅଠରବାଙ୍କି ଛକ ଓ ଦୋଛକି ନିକଟରେ ଚେକିଂ କରାଯାଇ ଆଦାୟ କରାଯାଇଛି ଏହି ଅର୍ଥ। ସରକାରଙ୍କ ଘୋଷଣା ଓ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ପ୍ରଚାର କରାଯିବା ସତ୍ତ୍ବେ କିଛି ଅମାନିଆ ବାଇକ ଓ କାର ଚାଳକ ବିନା କାର୍ୟ୍ୟରେ ବୁଲୁଥିବା ଅଭିଯୋଗ ହେଉଥିଲା। ଫଳରେ ପାରାଦ୍ବୀପ ଥାନା ପକ୍ଷରୁ ଗତ ତିନିଦିନ ହେଲା କଡା କଡି ଚେକିଂ ଆରମ୍ଭ ହୋଇଥିଲା। ଏଥିରେ ୭୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଆଜି ୨୨ ବାଇକକୁ ପୋଲିସ ପକ୍ଷରୁ ଜବତ କରାଯାଇଥିବା ପାରାଦ୍ବୀପ ଆଇଆଇସି ରଜନୀ କାନ୍ତ ସାମଲ ପ୍ରକାଶ କରିଛନ୍ତି।

Related posts

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews

ରାଜ୍ୟରେ  ସ୍କ୍ରବ୍ ଟାଇଫସ୍ ଭୟ , ପୁଣି ଜଣେ ମୃତ  

mahabharatanews

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

mahabharatanews