ଓଡିଶା

ଆଜି ରାୟଗଡ଼ାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

(ରାୟଗଡା) :  ଆଜିଠୁ ରାୟଗଡ଼ାରେ ଗଡ଼ିବ ଲକ୍ଷ୍ମୀ ବସ୍ । ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧୧ ଟି ବ୍ଲକ ମଧ୍ୟରେ ଲକ୍ଷ୍ମୀ ବସ ଚଳାଚଳ କରିବ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଉଦଘାଟନ କରିବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ସୂଚନାନୁଯାୟୀ ,ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ଯୋଗାଯୋଗ ବ୍ୟବସ୍ଥା ନଥିବା 182 ଟି ପଞ୍ଚାୟତର 39 ଟି ରୁଟରେ 52 ଟି ଲକ୍ଷ୍ମୀ ବସ ଚଳାଚଳ କରିବ । ଏହା ଫଳରେ ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । କମ୍ ଭଡ଼ାରେ ଯାତାୟତର ସୁବିଧା ପାଇପାରିବେ ଜନସାଧାରଣ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ସଂଖ୍ୟାରେ ଲୋକ ଏହି ଉଦଘାଟନ ସମାରୋହରେ ଯୋଗଦାନ କରିବେ । ଏଥିପାଇଁ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ବେହେରା ।

Related posts

ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଅପେକ୍ଷା ଆଉ ମାତ୍ର ୪ ଦିନ  

mahabharatanews

ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ପୋଲିସର ଚଢ଼ାଉ…

mahabharatanews