Uncategorized

୫ରେ ଓମର ଅବଦୁଲ୍ଲାଙ୍କ ଅଟକ ମାମଲା ଶୁଣାଣି

(ନୂଆଦିଲ୍ଲୀ): ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ନେତା ଓମର ଅବଦୁଲ୍ଲାଙ୍କ ନଜରବନ୍ଦୀ ବିରୋଧରେ ଆବେଦନର ଶୁଣାଣି ସୁପ୍ରିମକୋର୍ଟ ଚଳିତମାସ ୫ ତାରିଖରେ କରିବେ । ଓମରଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ୍ (ପିଏସଏ) ଅନୁଯାୟୀ ଅଟକ ରଖାଯାଇଛି । ତେବେ ତାଙ୍କର ଗୃହବନ୍ଦୀ ଅବଧି ସମାପ୍ତ ହେବା ପୂର୍ବରୁ ପିଏସଏ ଲାଗୁ କରାଯାଇଥିଲା । ଫଳରେ ତାଙ୍କର ଅଟକ ଅବଧି ଏବେ ବୃଦ୍ଧି ପାଇଛି । ତେବେ ଏହାକୁ ନେଇ ତାଙ୍କ ଭଉଣୀ ସାରା ଅବଦୁଲ୍ଲା ପାଇଲଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓମରଙ୍କ ଅଟକ ମାମଲା ଅବୈଧ ବୋଲି ପୂର୍ବରୁ ତାଙ୍କ ପିଟିସନରେ ଦର୍ଶାଇଛନ୍ତି । ଦୀର୍ଘ ୬ ମାସ କାଳ ଅଟକ ରହିବା ପରେ ବି ଓମରଙ୍କ ଉପରେ କାହିଁକି ପିଏସଏ ଲାଗୁ ହୋଇଛି । ଘାଟିରେ ଶାନ୍ତି ଶୃଙ୍ଖଳା ଭଙ୍ଗ ଦିଗରେ ଓମର କିପରି ଦାୟୀ ସେ ନେଇ ପିଟିସନରେ ଉଲ୍ଲେଖ କରିଛନ୍ତି । ତେବେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ୫ ତାରିଖରେ କରିବେ । ତେବେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଝିଅ ଇଲତିଜା ମଧ୍ୟ ପିଏସଏକୁ ନେଇ ମେହେବୁବାଙ୍କ ଅଟକ ମାମଲା ସମ୍ବନ୍ଧୀୟ ଏକ ପିଟିସନ ସୁର୍ପ୍ରିମକୋର୍ଟରେ ଦାଖଲ କରିଥିବା ଜଣାପଡିଛି ।

Related posts

 ମନୋଜ ସିହ୍ନା ହେବେ ଜାମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ

mahabharatanews

ଡେରାଡୁନରେ ୧୦ମ ପ୍ଲାଷ୍ଟିକ ବ୍ୟାଙ୍କ ସ୍ଥାପନ

mahabharatanews

ଉଦ୍ଧବ ମନ୍ତ୍ରୀମଣ୍ଡଳରେ କରୋନା

mahabharatanews