ଓଡିଶା

୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

(ମହାଭାରତ, ଗଞ୍ଜାମ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ୫୯ ନମ୍ବର ଜାତୀୟ ରାଜପଥ ଅସୁରବନ୍ଧ ନିକଟରୁ ଗୁରୁବାର ଏକ ଗଞ୍ଜେଇ ବୋଝେଇ ଭ୍ୟାନ ଜବତ ହୋଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ବାଲିଗୁଡା ଥାନା ବାରିକିଆ ଗାଁର ଗିରିଶ କୁମାର ଦିଗଲ ଓ ହିଞ୍ଜିଳି ଥାନା ରାଲବ ଗାଁର ଦୁଃଶାସନ ବରଡ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରୁ ଏକ ଭ୍ୟାନରେ ଗଞ୍ଜେଇ ଭର୍ତ୍ତି ହୋଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଖବର ପାଇ ସୋରଡା ଥାନା ଏସଆଇ ସୁନୀଲ କୁମାର କଣ୍ଡଗୋରିଙ୍କ ନେତୃତ୍ୱରେ ଏକ ଟିମ ଏହାର ପିଛା କରି ଚାଳକ ସମେତ ୨ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ମୋବାଇଲ ଫୋନ ଜବତ କରାଯାଇଛି । ପ୍ରାୟ ୫୧ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ହେବ ବୋଲି ଥାନା ଅଧିକାରୀ ରମେଶ ପ୍ରଧାନ କରିଛନ୍ତି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ।

Related posts

କ୍ୱାରେଣ୍ଟାଇନ ସେଣ୍ଟର ଛାଡିବାକୁ ଚାହୁଁ ନାହାନ୍ତି ପ୍ରବାସୀ

mahabharatanews

୨୧ ଯାଏଁ ବର୍ଷା ସମ୍ଭାବନା, ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି  

mahabharatanews

କୋଭିଡ୍ ମାର୍ଗଦର୍ଶିକା ଅନୁପାଳନରେ ପାଳନ ହେବ ସ୍ୱାଧୀନତା ଦିବସ

mahabharatanews