ମନୋରଞ୍ଜନ

୫୮ ତମ ଜନ୍ମଦିନ ପାଳିଲେ ସଲମାନ ଖାନ

(ମୁମ୍ବାଇ) : ସୁପରଷ୍ଟାର ସଲମାନ ଖାନ ନିଜର ୫୮ ତମ ଜନ୍ମଦିନ ପାଳନ କରିଛନ୍ତି  । ଗତକାଲି ରାତିରେ ସଲମାନ ଖାନ ତାଙ୍କ ଭାଣିଜୀ, ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ନିଜ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି । ଯାହା ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅବସରରେ ପରିବାର, ପ୍ରଶଂସକ ଏବଂ ବଲିଉଡର ଅନେକ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି ।

ସୂଚନାନୁଯାୟୀ , ତାଙ୍କ ଭାଣିଜି ଆୟତଙ୍କ ସହ କେକ୍ କାଟି ନିଜର ୫୮ତମ ଜନ୍ମଦିନ ପାଳନ କରିଥିଲେ। ଭାଇରାଲ ଭିଡିଓରେ ବଲିଉଡର ସୁଲତାନ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ନଜର ଆସୁଛନ୍ତି । ସଲମାନ ଖାନଙ୍କ ଜନ୍ମଦିନ ପାର୍ଟିରେ ଲୁଲିଆ ଭନ୍ତୁର, ଅରବାଜ ଖାନ, ଅରହାନ ଖାନ, ହେଲେନ, ଅଲଭିରା ଖାନ ଅଗ୍ନିହୋତ୍ରୀ, ଆୟୁଷ ଶର୍ମା, ଅର୍ପିତା ଖାନ ଶର୍ମା, ବବି ଦେଓଲଙ୍କ ସମେତ ଅନେକ ସେଲିବ୍ରେଟ ଉପସ୍ଥିତ ଥିଲେ।

Related posts

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews

‘ବିଗବସ୍‌ ୧୬’ରେ ନଜର ଆସିବେ ଅଭନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା !

mahabharatanews

୫୫ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡ ମେଗାଷ୍ଟାର ଅକ୍ଷୟ କୁମାର

mahabharatanews