ଭାରତମନୋରଞ୍ଜନ

‘ବିଗବସ୍‌ ୧୬’ରେ ନଜର ଆସିବେ ଅଭନେତ୍ରୀ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା !

ମୁମ୍ବାଇ : ମୁମ୍ବାଇ: ଟେଲିଭିଜନର ‘ବିଗବସ୍’ର ନୂଆ ସିଜିନ ଦର୍ଶକମାନଙ୍କ ପାଖକୁ ଖୁବ ଶିଘ୍ର ଆସିବାକୁ ଯାଉଛି । ଯେଉଁଥିରେ ସବୁ ସିଜିନ ଭଳି ଏହି ସିଜିନରେ ମଧ୍ୟ ଭାଇଜାନ ବା ସଲମାନ ଖାନ ଶୋକୁ ଉପସ୍ଥାପିକ କରିବେ । ଏହି ଶୋରେ ଭାଗ ନେବାକୁ ଥିବା ସେଲିବ୍ରିଟିଙ୍କ ନାମ ସାମ୍ନାକୁ ଆସୁଛି । ହେଲେ ଏହା ମଧ୍ୟରେ ସବୁଠାରୁ ବେଶ୍‌ ଚର୍ଚ୍ଚାରେ ରହିଛି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଏବେ ରାଜ୍‌ ନିଜର ମାସ୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି।

ରାଜ ଗତବର୍ଷ ଜୁଲାଇରେ ପର୍ଣ୍ଣଗ୍ରାଫି ଭିଡିଓ ବନାଇବା ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ଏହି ମାମଲାରେ ତାଙ୍କ ସେପ୍ଟେମ୍ବରରେ ଜାମିନ ମିଳିଥିଲା। ଏହାପରେ ସର୍ବସାଧାରଣ ସ୍ଥାନରେ ଗହଳିରୁ ବଞ୍ଚିବା ପାଇଁ ଫେସ ମାସ୍କ ବ୍ୟବହାର କରୁଛନ୍ତି। ଏହାକୁ ନେଇ ଅନେକ ଥର ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଥିଲେ । ଏମିତି କାମ କଲେ ମୁହଁ ଲୁଚାଇବାକୁ ପଡେ ବୋଲି ଲୋକେ କହୁଛନ୍ତି।

ରାଜ କୁନ୍ଦ୍ରା ନିକଟରେ ମାଜିଷ୍ଟ୍ରେଟ୍‌ କୋର୍ଟରେ ଯାଚିକା ଦାୟର କରି କେସରୁ ମୁକୁଳିବା ପାଇଁ ଦାବି କରିଥିଲେ। ତାଙ୍କୁ ଏପର୍ଯ୍ୟନ୍ତ ଦୋଷୀ ବୋଲି ସ୍ୱୀକାର କରାଯାଇନାହିଁ। ଯାଚିକାରେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ରାଜ କୁନ୍ଦ୍ରା। ତାଙ୍କ ପନୋଗ୍ରାଫି ସହିତ କିଛି ଲିଙ୍କ ନାହିଁ। ତାଙ୍କୁ ଏହି ମାମଲାରେ ଫସାଇଦିଆଯାଇଛି ବୋଲି ରାଜ ଏକ ଇଣ୍ଟରଭ୍ୟୁରେ କହିଛନ୍ତି। ରାଜ କୁନ୍ଦ୍ରାଙ୍କ ପୂର୍ବରୁ ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ସମିତା ଶେଟ୍ଟୀ ବିଗ୍ ବସର ଶେଷ ସିଜନରେ ନଜର ଆସିଥିଲେ । ହେଲେ ଏବେ ବିଗବସ୍‌ ହାଉସରେ ନଜର ଆସିପାରନ୍ତି ବୋଲି ସୂଚନା ମିଳିଛି।

ସୂଚନାନୁସାରେ, ଖୁବ୍ ଶୀଘ୍ର ରାଜ କୁନ୍ଦ୍ରା ବିଗ୍ ବସ୍ ୧୬ରେ ଯୋଗ ଦେବେ । ରାଜ ଏବଂ ଶୋର ମେକର୍ସଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଯଦି ରାଜ ହଁ ମାରନ୍ତି, ତେବେ ବିଗ ବସ ୧୬ରେ ନଜର ଆସିପାରନ୍ତି । ସମଗ୍ର ଦେଶବାସୀଙ୍କୁ ନିଜର ସତ ବିଷୟରେ ଜଣାଇବାକୁ ନିଶ୍ଚିତ ଭାବେ ଇଚ୍ଛା ରଖିଥିବେ । ରାଜଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ନିଜ ପକ୍ଷ ରଖିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

Related posts

ବ୍ୟବହାରକୁ ନେଇ ଟ୍ରୋଲ୍ ହେଲେ ରଣବୀର କପୁର  

mahabharatanews

ପଶ୍ଚିମବଙ୍ଗ ପ୍ରେକ୍ଷାଳୟରେ ‘ଦ କେରଳ ଷ୍ଟୋରି

mahabharatanews

ରଥଯାତ୍ରାରେ ରଥ ଉପରେ ଚଢିବାକୁ ଏମାନଙ୍କୁ ମନା ।

mahabharatanews