ଓଡିଶା

୫ ଟି ସଚିବ ଓ ଉନ୍ନୟନ କମିଶନର ପୁରୀ ଗ୍ରସ୍ତ

(ଜୟନ୍ତ ସେଠି/ ଗୋପ): ବିଶ୍ବ ମହାମାରୀ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହା ସହ ରାଜ୍ୟର ସବୁ ଜିଲ୍ଲା ରେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ରେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କାର୍ୟ୍ୟ ଠିକ ସେ ହେଉଛି କି ନାହିଁ ତାହା ତଦାରଖ କରୁଛନ୍ତି ୫ଟି ସଚିବ ଭି କେ ପଣ୍ଡିଆନ । ଆଜି ପୁରୀ ଜିଲ୍ଲା ରେ କରୋନା ସ୍ଥିତ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ନିମନ୍ତେ ୫ ଟି ସଚିବ ଭିକେ ପାଣ୍ଡିଅନ ଏବଂ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗ୍ରସ୍ତ କରିଛନ୍ତି । ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ସଂକ୍ରମଣ ରୋଗ ଚିହ୍ନଟଳାୟ ପରିସରରେ ଥିବା କୋଭିଡି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଉଭୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ବ୍ୟବସ୍ଥା, ଡାକ୍ତର ଓ କର୍ମଚାରୀ ମୁତୟନ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି । କୋଭିଡ ଜନିତ ସମସ୍ତ ପରିସ୍ଥିତିର ସମ୍ମୁଖୀନ ନିମନ୍ତେ ପ୍ରସ୍ତୁତ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଉଭୟ କୋଭିଡ ସ୍ଵାସ୍ଥ୍ୟ କେନ୍ଦ୍ରରେ କରୋନା ରୋଗିଙ୍କ ନିମନ୍ତେ ୧୦୦ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି। ପରେ ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର ରଥ କାମ ପରିଦର୍ଶନ କରି ରଥ ନିର୍ମାଣ ପ୍ରସ୍ତୁତ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଗସ୍ତ ଅବସରରେ ଜିଲ୍ଲାପାଳ ବଲବନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ସିଡିଏମଓ ଡ. ନିଳକଣ୍ଠ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts

 ମହାଦେବଙ୍କ ଆରାଧନାର ମାସ ଶ୍ରାବଣ 

mahabharatanews

ସ୍ୱାମୀର ଚାଲିଥିଲା ଶ୍ରାଦ୍ଧବାର୍ଷିକ ! ସ୍ତ୍ରୀର ଚାଲିଗଲା ଜୀବନ

mahabharatanews

ବାଇକ୍ କୁ ଧକ୍କା ଦେଲା ଟ୍ରକ, ୧ ମୃତ

mahabharatanews