(ମହାଭାରତ): ଏବେ ପୃଥିବୀ ସାରା ୨୦୨୦ ମସିହା ଚାଲିଛି । ତେବେ ଏପରି ଦେଶ ରହିଛି ଯେଉଁଠି ଏବେ ବି ୨୦୧୨ ମସିହା ଚାଲିଛି । ଏହି ଦେଶ ପୃଥିବୀଠାରୁ ୭ବର୍ଷ ୩ମାସ ପଛୁଆ ରହିଛି । ଏପରି ଅଜବ ନିୟମ ଏବଂ ସମୟ ସୀମାରେ ପରିଚାଳିତ ହେଉଥିବା ଏହି ଦେଶଟି ଆଫ୍ରିକାର ଇଥୋପିଆ । ଏଠାରେ ବର୍ଷକ ୧୨ମାସ ନହୋଇ ୧୩ମାସ ହୋଇଥାଏ । ଏହା ସହିତ ୧୨ମାସ ଏଠାରେ ୩୦ ଦିନିଆ ହୋଇଥାଏ । କିନ୍ତୁ ୧୩ ମାସଟି କେବଳ ୫ଅବା ୬ଦିନ ହୋଇଥାଏ । ଶେଷ ମାସଟିକୁ ସ୍ଥାନୀୟ ଭାଷାରେ ପାଗ୍ୟୁମେ କୁହାଯାଇଥାଏ । ତେଣୁ ପୃଥିବୀର କ୍ୟାଲେଣ୍ଡର ତୁଳନାରେ ଇଥୋପିଆର କ୍ୟାଲେଣ୍ଡର ସମ୍ପୂର୍ଣ୍ଣ ଅଲଗା ହୋଇରହିଛି । ଏଠାରେ ଲୋକେ ନୂଆବର୍ଷ ଜାନୁୟାରୀ ୧ ପରିବର୍ତ୍ତେ ସେପ୍ଟେମ୍ବର ୧୧ରେ ପାଳନ କରିଥାନ୍ତି । ଏଠାରେର ଜର୍ଜିଆନ କ୍ୟାଲେଣ୍ଡର ୧୫୮୨ରେ ପ୍ରଚଳନ ହୋଇଥିଲା । ଏହା ପୂର୍ବରୁ ଏଠାରେ ଜୁଲିୟନ୍ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା । ଇଥୋପିଆର ନିଜର ସ୍ୱତନ୍ତ୍ର ଲିପି ରହିଛି । ଏହାକୁ ଗିଇଜ୍ ଲିପି କୁହାଯାଏ । ଅପରପକ୍ଷେ ଅନ୍ୟ ଆଫ୍ରିକା ଦେଶଗୁଡିକରେ ସାଧାରଣତଃ ରୋମାନ ଲିପିର ପ୍ରଚଳନ ହୋଇଥାଏ । ସୂଚନାଯୋଗ୍ୟ, ବିଷୁବ ରେଖାର ନିକଟବର୍ତ୍ତୀ ଏହି ଦେଶରେ ବର୍ଷ ସାରା ତାପମାତ୍ରା ହାରାହାରି ୪୧ ଡିଗ୍ରୀ ରହିଥାଏ ।