(ଲକ୍ଷେ୍ନø): ଉତ୍ତରପ୍ରଦେଶ ସରକାର ମଙ୍ଗଳବାର ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କୃଷକ ଦୁର୍ଘଟଣା କଲ୍ୟାଣ ଯୋଜନା’ ଲାଗୁ କରିଛନ୍ତି । ଏହି ଯୋଜନା ମୁତାବକ, ଦୁର୍ଘଟଣା ଜନିତ ଦିବ୍ୟାଙ୍ଗ ହୋଇଥିବା କୃଷକ ବା ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଯୋଗାଇ ଦିଆଯିବ । ଏହି ସହାୟତା ପାଇବା ପାଇଁ ଚାଷୀଙ୍କ ବୟସସୀମା ୧୮ରୁ ୭୦ ବର୍ଷ ହୋଇଥିବା ଆବଶ୍ୟକ । ଏହି ଯୋଜନା ଅନ୍ତର୍ଭୁକ୍ତ ଚାଷୀମାନଙ୍କୁ ୟୁପି ସରକାର ଅର୍ଥ ଯୋଗାଇଦେବେ । ତେବେ ଜିଲ୍ଲାପାଳମାନଙ୍କ ଜରିଆରେ ଟଙ୍କା ଚାଷୀଙ୍କ ନିକଟରେ ପହଞ୍ଚିବ । ଏହି ଯୋଜନା ୧୪ ସେପ୍ଟେମ୍ବର ୨୦୧୯ରୁ ପିଛିଲା ଭାବେ ଲାଗୁ ହେବ । ୟୁପି ସରକାରଙ୍କ ଏହି ଯୋଜନାରେ ପ୍ରାୟ ୨କୋଟି ୩୮ ଲକ୍ଷ ୨୨ ହଜାର କୃଷକ ଉପକୃତ ହେବେ । ଯୋଜନାରେ ରାଜ୍ୟର ଭାଗଚାଷୀ, ସୀମାନ୍ତ କୃଷକ, ଲଘୁ, ମଧ୍ୟମ ଓ ବଡ କୃଷକମାନେ ମଧ୍ୟ ସାମିଲ ହୋଇଛନ୍ତି । ଏହି ଯୋଜନା ଲାଗୁ କରିବା ନେଇ ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
previous post
next post