Uncategorized

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋଣ: ୮ ମୃତ

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ୧୯୦ କିମି ଦୂର କୁଡ୍ଡାଲୋରର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ସକାଳେ ତାମିଲନାଡୁ କୁଡ୍ଡାଲୋରରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇ ପୋଲିସ ତତ୍କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହ ତଦନ୍ତ ଚଳାଇଛି । ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ନିଆଁ ଉପରେ ଆୟତ୍ତ ।
ବିସ୍ଫୋରଣ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । କାରଖାନାରୁ ଏବେ ସୁଦ୍ଧା ୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଦୁର୍ଘଟଣାରେ ଅନେକ ଲୋକ ଗମ୍ଭୀର ଆହତ ହୋଇଛନ୍ତି ।

Related posts

ଐଶ୍ୱର୍ଯ୍ୟାଙ୍କ ସବୁ ଜିନିଷ ବାପ ଘରକୁ ପଠାଇଲେ ଶାଶୂ ରାବିଡି

mahabharatanews

ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଭରିଲେ ଉପମୁଖ୍ୟମନ୍ତ୍ରୀ ସିସୋଦିଆ

mahabharatanews

ରାଣାୱତ ଭଉଣୀଙ୍କ ନାମରେ ଦେଶଦ୍ରୋହ ମାମଲାରେ ସମନ

mahabharatanews

Leave a Comment