ଅପରାଧ

ହରିଣ ମାଂସ ଜବତ, ୧ ଗିରଫ

(ମହାଭାରତ, କେନ୍ଦ୍ରାପଡା): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ବନ ବିଭାଗ ରେଞ୍ଜ ଅଫିସ କଂଶାରଡିଆ ଜଙ୍ଗଲରୁ ୧୦ କେଜି ହରିଣ ମାଂସ ଜବତ କରାଯାଇଛି । ଏହି ଘଟଣାରେ ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ବତିଘର ଅଞ୍ଚଳର ସୁନିଲ ପରମାଣିକ ବୋଲି ଜଣାପଡିଛି । କଂଶାରଗଡିଆ ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ହରିଣ ଶିକାର କରାଯାଉଥିବା ନେଇ ବନ ବିଭାଗ ଖବର ପାଇଥିଲା । ଗତ ମଙ୍ଗଳବାର ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଏଠାରେ ଚଢାଉ କରି ୧୦ କେଜି ହରିଣ ମାଂସ ଜବତ କରିଥିଲା । ଚଢାଉ ବେଳେ ଦୁଇ ଜଣ ଶିକାରୀ ଖସି ପଳାଇଯାଇଥିବା ବେଳେ ଅନ୍ୟ ଜଣେ ବନ ବିଭାଗ ହାତରେ ଧରା ପଡିଥିଲା ।

Related posts

ଛାଡପତ୍ରଦେଲା ପରେ ମାଲିକ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ

mahabharatanews

ଧରା ପଡିଲେ ୧୫ ବାଇକ ଚୋର

mahabharatanews

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

mahabharatanews