ଅପରାଧ

ବିରିଆନି ଖାଇ ଜଣେ ନାବାଳିକାର ମୃତ୍ୟୁ: ୨୯ ହସ୍ପିଟାଲରେ

ଚେନ୍ନାଇ: ବିରିଆନି ଖାଇ ୧୦ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତିରୁଭନ୍ନାମାଲାଇ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମଳିଛି । ଏଠାରେ ଥିବା ଅରାନିସ୍ଥିତ ହୋଟେଲରୁ ଏହି ବିରିଆଣି ଖିଆଯାଇଥିଲା । ଅରାନି ବସ ଷ୍ଟପ ନିକଟସ୍ଥ ୭ ଷ୍ଟାର ହୋଟେଲ ରେ ବିରିଆନି ଖାଇବା ପରେ ଲୋକଙ୍କର ବାନ୍ତି ହୋଇଥିଲା ।
ହୋଟେଲର ଆନନ୍ଦ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପରିବାର ବିରିଆନି ଖାଇଥିଲେ । ବିରିଆନି ଖାଇବା ପରେ ସମସ୍ତଙ୍କଠାରେ ଫୁଡ ପଏଜିଂ ହୋଇଯାଇଥିଲା । ସଙ୍ଗେସଙ୍ଗେ ସେମାନଙ୍କୁ ଅରାନି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ୧୦ ବର୍ଷର ଝିଅର ମୃତ୍ୟୁ ହୋଇଯାଇଥିଲା । ଏହାପରେ ପରିବାରର ଅନ୍ୟ ସମସ୍ତ ୩ ଜଣଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ସେହିପରି ଅନ୍ୟ ୨୬ ଜଣ ସେହି ହୋଟେଲରୁ ଖାଦ୍ୟ ଖାଇଥିଲେ ଓ ସେମାନଙ୍କଠାରେ ସମାନ ଲକ୍ଷଣ ଦେଖାଦେଇଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅରାନି ଡିଏସପି ଏହା ଉପରେ ଏକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହୋଟେଲକୁ ସିଲ କରିଦିଆଯାଇଛି ।

Related posts

ଏକତରଫା ପ୍ରେମରେ ବିଫଳ ହେବାରୁ ନାବାଳିକାର ବାପାଙ୍କୁ ଯୁବକ କଲା ଛୁରାମାଡ଼

mahabharatanews

ବଲାଙ୍ଗୀର ଉପଜିଲ୍ଲାପାଳଙ୍କ ନାମରେ ଅସଦାଚରଣ ଅଭିଯୋଗ

mahabharatanews

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews